ବିବାହ ଭୋଜି ଖାଇ ଷାଠିଏରୁ ଉର୍ଦ୍ଧ୍ବ ଅସୁସ୍ଥ

Published: Jan 28, 2020, 9:21 am IST

ବାରିପଦା : ବାରିପଦାଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ଭୋଜି ଖାଇ ଷାଠିଏରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ବାରିପଦାର ଷ୍ଟେସନ ବଜାର ଅଞ୍ଚଳରେ ଅନୁଷ୍ଠିତ ଏକ ବିବାହ ଭୋଜି ଖାଇବା ପରେ ଷାଠିଏ ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ସମସ୍ତଙ୍କୁ ବାନ୍ତି ସହ ପେଟବ୍ୟଥା ଅଭିଯୋଗ ହୋଇଥିବାର ଅଭିଯୋଗ ହୋଇଛି । ସମସ୍ତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଏବେ ସମସ୍ତେ ବିପଦମୁକ୍ତ ରହିଛନ୍ତି ।

Related posts