ଜ୍ବାଇଁର ତୀରମାଡରେ ଶାଶୁ ଗୁରୁତର

Published: Jan 28, 2020, 11:46 am IST

ମାଲକାନଗିରି : ବଦଳୁଥିବା ସମୟରେ ସମ୍ପର୍କ ଭିତରେ ଥିବା ଆପଣପଣ ମଧ୍ୟ ବଦଳିବାରେ ଲାଗିଛି । ବଡମାନଙ୍କୁ ସମ୍ମାନ କରିବା ଦୂରର କଥା ଏବେ ବଡମାନଙ୍କୁ ମାଡ଼ ମରାଯାଉଛି । ଆମ ଭାରତୀୟ ସଂସ୍କୃତିରେ ଶାଶୁ-ଜ୍ବାଇଁଙ୍କର ସମ୍ପର୍କକୁ ବେଶ୍‌ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏବେ ଏହି ସମ୍ପର୍କକୁ ମଧ୍ୟ ଅଣଦେଖା କରାଯାଉଛି । ନିକଟରେ ଜ୍ବାଇଁଙ୍କ ମାଡରେ ଶାଶୁ ଗୁରୁତର ହୋଇଥିବାର ଖବର ଆସିଛି । ମାଲକାନଗିରି ଜିଲ୍ଲାରେ ଜ୍ବାଇଁର ତୀରମାଡରେ ଶାଶୁ ଗୁରୁତର ହୋଇଥିବାର ସୂଚନା ମିଳିଛି । ପତ୍ନୀଙ୍କ ସହ ଝଗଡା କରିବାବେଳେ ଶାଶୁ ଜଣକ ରୋକିବାରୁ ଜ୍ବାଇ ଶାଶୁଙ୍କ ଉପରେ ଆକ୍ରମଣ କରିଛନ୍ତି । ତୀରମାଡ଼ରେ ଶାଶୁ ଜଣକ ଗୁରୁତର ଅବସ୍ଥାରେ ମାଥିଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Related posts