
କର୍ଣ୍ଣାଟକ : ସାଉଥ ସୁପରଷ୍ଟାର୍ ରଜୀନକାନ୍ତ ବେୟର୍ ଗ୍ରିଲସ୍ଙ୍କ ଲୋକପ୍ରିୟ ଶୋ’ ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ନଜର ଆସିବେ । କର୍ଣ୍ଣାଟକର ଫରେଷ୍ଟ ଡିପାର୍ଟମେଣ୍ଟ୍ ଏହି ଖବରକୁ କନଫର୍ମ କରିଛନ୍ତି । ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ଆରମ୍ଭ ହେଉଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଶୁଟିଂ ତିନି ଦିନ ଧରି ଚାଲିବ । ଏହି ଶୁଟିଂରେ ରଜନୀକାନ୍ତ ଓ ଗ୍ରିଲ୍ସଙ୍କ ସହ 18ଜଣ କ୍ର୍ୟୁ ମେମ୍ବର ସାମିଲ୍ ରହିଛନ୍ତି । ପୂର୍ବରୁ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ନଜର ଆସିଥିଲେ । 2019 ଅଗଷ୍ଟ12 ତାରିଖରେ ଡିସ୍କଭରୀ ଚ୍ୟାନେଲ୍ରେ ଏହି ଅଧ୍ୟାୟର ପ୍ରସାରଣ ହୋଇଥିଲା । ଏହା ଜିମ୍ କାର୍ବେଟ୍ ଜଙ୍ଗଲ୍ରେ ଶୁଟିଂ ହୋଇଥିଲା । ‘ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ’ ଦୁନିଆର ସବୁଠୁ ଟ୍ରେଡିଂ ଟେଲିଭିଜନ ଇଭେଣ୍ଟ ।