ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟକୁ ବାଏ ବାଏ କହିବେ କ୍ରିସ୍ ଗେଲ୍

Published: Feb 18, 2019, 11:22 am IST

ଆସନ୍ତା ୨୦୧୯ ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସେ ନିଜେ ଏହି ଘୋଷଣା କରିଛନ୍ତି। କ୍ରିସ ଗେଲ୍ ବର୍ତ୍ତମାନ ସୁଦ୍ଧା ୨୮୪ଟି ଦିନିକିଆ ଖେଳିଛନ୍ତି। ସଂଗ୍ରହ କହିଛନ୍ତି ମୋଟ୍ ୯୭୨୭ ରନ୍। ଏହା ଭିତରେ ରହିଛି ୨୩ଟି ଶତକ ଓ ୪୯ଟି ଅର୍ଦ୍ଧଶତକ। ବ୍ୟକ୍ତିଗତ ସର୍ବାଧିକ ସ୍କୋର ୨୧୫। ଗତ ୨୦୧୫ ବିଶ୍ୱକପରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ୧୦୩ଟି ଟେଷ୍ଟ ଓ ୫୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି କ୍ରିସ ଗେଲ୍।

Related posts