ବଲିଉଡରେ ପାଦ ଥାପିଲେ ସଂଜୟ କପୁରଙ୍କ ଝିଅ ସନୟା

Published: Feb 18, 2019, 12:42 pm IST

ବଲିଉଡ୍‌ରେ ଏବେ ଷ୍ଟାର୍‌କିଡ୍‌ ମାନେ ଏଣ୍ଟ୍ରି କରୁଛନ୍ତି । ଶ୍ରୀଦେବୀ-ବୋନିକପୁରଙ୍କ ତନୟା ଜାହ୍ନବୀ ହୁଅନ୍ତୁ କିମ୍ବା ସୈଫ-ଅମ୍ରିତାଙ୍କ ଝିଅ ସାରା । ଏ ଦୁହେଁ ବଲିଉଡ୍‌ରେ ପାଦ ଥାପି ବେଶ୍‌ ସଫଳତା ହାସଲ କରିଛନ୍ତି। ଏହି କ୍ରମରେ ଏବେ ଆଉଜଣେ ଅଭିନେତାଙ୍କ ପୁତ୍ରୀ ସାମିଲ୍‌ ହୋଇଛନ୍ତି । ଲୋକପ୍ରିୟ ଅଭିନେତା ସଂଜୟ କପୁର ଓ ମହିପ କପୁରଙ୍କ ଝିଅ ସନୟା ଏବେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ତେବେ ସନୟା ଅଭିନୟ କ୍ଷେତ୍ରରେ ନୁହେଁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି । ସେ ଆସଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଛନ୍ତି । ଏଥି ପାଇଁ ସେ ଏବେ ଲକ୍ଷ୍ନୌରେ ଅଛନ୍ତି । ପୂର୍ବରୁ ତାଙ୍କ ଭଉଣୀ ସୋନମ କପୁର୍‌ ମଧ୍ୟ ବ୍ଲାକ୍‌ ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାମ କରିଥିବାବେଳ ଭାଇ ଅର୍ଜୁନ୍‌ କପୁର୍‌ ନିଖିଲ୍‌ ଆଡ଼ଭାନୀଙ୍କ ‘କଲ୍‌ ହୋ ନା ହୋ’ର ମଧ୍ୟ ସହଯୋଗୀ ନିର୍ଦ୍ଦେଶକ ରୂପେ ଦାୟିତ୍ଵ ତୁଲାଇଛନ୍ତି । ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଶାହରୁଖ୍‌ଙ୍କ କନ୍ୟା ସୁହାନା ଖାନ୍‌ଙ୍କ ସହ ତାଙ୍କର ଫ୍ରେଣ୍ଡସିପ୍‌କୁ ନେଇ ସୋସିଆଲ୍‌ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ସଂଜୟଙ୍କ ତନୟା ସନୟା  । ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ମାନେ ବେଶ୍‌ ସଫଳତା ପାଉଥିବାବେଳେ ସନୟା ତାଙ୍କ ପ୍ରତିଭାର ପ୍ରଦର୍ଶନ କିପରି କରାଉଛନ୍ତି ।

Related posts