ଟ୍ରକ୍‌ ଧକ୍କାରେ ହାତୀ ମୃତ

Published: Jan 30, 2020, 9:12 am IST

ସମୀକ୍ଷା ବ୍ୟୁରୋ

ଢେଙ୍କାନାଳ : ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ହାତୀର ଜୀବନ ଯାଇଛି । ଦୁର୍ଘଟଣା ପରେ ଗାଡ଼ିର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର  ୫୫ ନମ୍ବର ଜାତୀୟ ରାଜପଥର ସଦର ରେଞ୍ଜ  ଜୀବନ ଖୋଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ତଳେ ମୃତହାତୀ ଚାପି ହୋଇ ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଦନ୍ତାର ଦାନ୍ତରୁ ଖଣ୍ଡେ ଭାଙ୍ଗି ଯାଇ ନିକଟରେ ପଡ଼ିଛି । ଦୁର୍ଘଟଣା ପୂର୍ବରୁ ହାତୀମାନେ ଜାତୀୟ ରାଜପଥ ଅତିକ୍ରମ କରୁଥିବାର ସୂଚନା ରହିଛି ।

Related posts