Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ମାମଲା : ଫାଶୀ ଉପରେ ରହିତାଦେଶ ନେଇ ଆଜି ହେବ ଶୁଣାଣି
ଆଜିର ଖବର

ନିର୍ଭୟା ମାମଲା : ଫାଶୀ ଉପରେ ରହିତାଦେଶ ନେଇ ଆଜି ହେବ ଶୁଣାଣି

January 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଗତ ସାତ ବର୍ଷ ପରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ଆସିଥିବାବେଳେ ଏହା କବଳରୁ ମୁକ୍ତି ପାଇବା ପାଇଁ ଅପରାଧୀମାନେ ଚାଲ୍‌ ପକାଇ ଚାଲିଛନ୍ତି । ପ୍ରଥମେ ଅଭିଯୁକ୍ତଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ତାରିଖ ଘୋଷଣା କରାଯାଇଥିବାବେଳେ ଦୋଷୀମାନେ ଦୟାଯାଚିକାର ବ୍ୟବହାର କରି ଏହାକୁ ଫେବୃଆରୀ 1 ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପୁନର୍ବାର ଫେବୃଆରୀ 1 ତାରିଖ ନିକଟତର ହେଉଥିବାରୁ ଏହାକୁ ଘୁଞ୍ଚାଇ ଦେବା ପାଇଁ ଚାଲ୍‌ ଚଳାଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ମିଳିବା ନେଇ କେବଳ ତାରିଖ ହିଁ ମିଳୁଛି । ଦାମିନୀ ଫିଲ୍ମର ଲୋକପ୍ରିୟ ସଂଳାପ ‘ତାରିଖ୍‌ ପେ ତାରିଖ୍‌’ ପରି ନିର୍ଭୟା ପୀଡ଼ିତାଙ୍କୁ କେବଳ ତାରିଖ ପରେ ତାରିଖ ହିଁ  ମିଳୁଛି । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି। ବିନୟଙ୍କ ରାଜକ୍ଷମା ଆବେଦନ ପରେ ଫେବୃଆରୀ 1 ତାରିଖରେ ହେବାକୁ ଥିବା ଫାଶୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୟାଯାଚିକା ଖାରଜ ହେବା ପରେ ଦୋଷୀଙ୍କୁ 14 ଦିନର ସମୟ ଦିଆଯାଇଥାଏ । ଅପରପକ୍ଷରେ ଦୋଷୀଙ୍କ ଓକିଲ ଏପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । ସମସ୍ତ ଚାରିଜଣ ଦୋଷୀ ସମାନ ଦୋଷ କରିଛନ୍ତି । ବିନୟ ଓ ଅକ୍ଷୟଙ୍କ ପାଖରେ ଆଇନଗତ ବିକଳ୍ପ ରହିଥିବାବେଳେ ସମସ୍ତ ଦୋଷୀଙ୍କୁ ଏକାସାଙ୍ଗରେ ଦଣ୍ଡ ଦିଆଯିବା ନେଇ ତାଙ୍କ ଓକିଲ ଯୁକ୍ତି କରିଛନ୍ତି। ସେହିପରି ମୁକେଶଙ୍କ ଫାଶୀ ପାଇଁ ରାସ୍ତା ସଫା ହୋଇଥିବାବେଳେ ଅକ୍ଷୟଙ୍କ କ୍ୟୁରୋଟିଭ୍‌ ପିଟିସନ୍‌ ଉପରେ ଆଜି ପାଞ୍ଚଜଣିଆ ଖଣ୍ଡପୀଠ ଶୁଣାଣି ହେବ ।  ତେବେ ଆଜିର ଶୁଣାଣି ପରେ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଘୁଞ୍ଚିବ କି ନାହିଁ ତାହା ସ୍ପଷ୍ଟ ହେବ । (ଏଜେନ୍ସି)

nirbhayagangarape
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026
Latest News

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.