ଭାରତରେ ଅବସ୍ଥାପିତ ଉଚ୍ଚାୟୁକ୍ତଙ୍କୁ ଡକାଇଲା ପାକିସ୍ତାନ

Published: Feb 18, 2019, 3:14 pm IST

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶବାସୀ ଆତଙ୍କବାଦ ଏବଂ ପାକିସ୍ତାନକୁ ବିରୋଧ କରିବା ସହ ନାରାବାଜି ମଧ୍ୟ କରୁଛନ୍ତି । ଏହି ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ଥିବାରୁ ଭାରତ ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ଦୂତାବାସଙ୍କୁ ସମନ ଜାରି କରିଥିଲା । ଏପରିକି କୁଟନୈତିକ ସ୍ତରରେ ଭାରତ ପାକ୍ ବିରୋଧରେ ଅଭିଯାନ ଜାରୀ ରଖିଛି । ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ୍‌ ମୋହମ୍ମଦଙ୍କୁ ଆଲୋଚନା ପାଇଁ ପାକିସ୍ତାନ ନିଜ ଦେଶକୁ ଡକାଇଛନ୍ତି । ଏହା ପୂର୍ବରୁ ଗତ ୧୫ ତାରିଖରେ ଭାରତ ସରକାର ପାକିସ୍ତାନରେ ଅବସ୍ଥାପିତ ଉଚ୍ଚାୟୁକ୍ତ ଅଜୟ ବିସେରିଆଙ୍କୁ ଫେରାଇ ଆଣିଥିଲା । ପାକିସ୍ତାନ ତାହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ କହିଛି ।

Related posts