କନ୍ଧମାଳରେ କରୋନା ସନ୍ଦିଗ୍ଧ

Published: Jan 31, 2020, 2:09 pm IST

ସମୀକ୍ଷା ବ୍ୟୁରୋ

କନ୍ଧମାଳ : ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି । ଚୀନ୍‌ରେ ଏମ୍‌ବିବିଏସ୍‌ କରୁଥିବାରୁ କରୋନା ଆକ୍ରନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ଗତ 11 ତାରିଖରେ ଚୀନ୍‌ରୁ ଫେରିଥିଲେ ଏହି ଅସୁସ୍ଥ ଡାକ୍ତରୀ ଛାତ୍ର ଜଣକ । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା ଛାଡୁ ନଥିବାର ସନ୍ଦେହ କରାଯାଇଛି। କରୋନା ଆଶଙ୍କା କରି ଛାତ୍ର ଜଣକ ନିଜେ ସିଡିଏମ୍‌ଙ୍କୁ ଚିଠି ଲେଖିଥିଲେ । ଚିଠି ପାଇବା ପରେ ଯୁବକଙ୍କୁ ଏସ୍‌ସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ରେ କରୋନା ଭୟଙ୍କର ହୋଇଥିବାବେଳେ ଏଥିରେ 200ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଦଶହଜାର ଲୋକ ଏହାର ସଂକ୍ରମଣରେ ଆସିଯାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ୍‌ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କରି ସାରିଛି । କରୋନା ଭାଇରସ୍‌ ଚୀନ୍‌ ବ୍ୟତୀତ 18ଟି ଦେଶକୁ ବ୍ୟାପିସାରିଲାଣି ।

Related posts