ବଜେଟ୍‌ ମୁଖ୍ୟାଂଶ : 1 ଲକ୍ଷ ଗ୍ରାମପଞ୍ଚାୟତକୁ ମିଳିବ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ

Published: Feb 1, 2020, 6:49 pm IST

ନୂଆଦିଲ୍ଲୀ : ଶନିବାର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ ବୈଷୟିକ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଯେପରିକି ଗୁଗୁଲ, ଫେସ୍‌ବୁକ୍‌, ଟିକ୍‌ଟକ୍‌, ବିଭିନ୍ନ ମେଲ୍‌ ଏବଂ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଗୁଡିକ ଭାରତୀୟ ସର୍ଭରରେ ନିଜର ସମସ୍ତ ତଥ୍ୟ ଷ୍ଟୋର କରିବେ । ତଥ୍ୟ ଗୁଡିକ ଦେଶ ମଧ୍ୟରେ ଗଚ୍ଛିତ ରଖାଯିବ । ଭାରତ ନେଟ୍‌ ଯୋଜନା ଜରିଆରେ ଦେଶର ଏକ ଲକ୍ଷ୍ୟ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି, ପୋଷ୍ଟ ଅଫିସ୍‌ ଏବଂ ପୋଲିସ୍‌ ଥାନାରେ ମଧ୍ୟ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଦେଶରେ ସ୍ମାର୍ଟ ପ୍ରିପେଡ ମିଟର ଲଗାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଏଆଇ ଏବଂ ଏମ୍‌ଏଲ୍‌ ପ୍ରଣୟନ କରାଯିବ । ଆଧାର ଅନୁଯାୟୀ ସିଧାସଳଖ ପ୍ରଦାନ କରାଯିବ । ଆଧାର କାର୍ଡ ଥିଲେ ଅନ୍ୟ କୌଣସି ଯାଞ୍ଚ ବ୍ୟତିରେକ ସିଧାସଳଖ ପ୍ୟାନ୍‌ ପ୍ରଦାନ କରାଯିବ । ସେହିପରି ବିଭିନ୍ନ ପରୀକ୍ଷଣ ପାଇଁ ନ୍ୟାସନାଲ୍‌ ରିକ୍ରୁଟ୍‌ମେଣ୍ଟ ଏଜେନ୍ସୀ ଗଠନ କରାଯିବ । ଦେଶବ୍ୟାପୀ କମ୍ପ୍ୟୁଟର ଜରିଆରେ ହେଉଥିବା ପରୀକ୍ଷାକୁ ଏହି ସଂସ୍ଥା ନିୟନ୍ତ୍ରଣ କରିବ । (ଏଜେନ୍ସୀ)

Related posts