ବଦଳିଲେ କଲିକତା ପୁଲିସ କମିଶନର : ରାଜୀବଙ୍କ ସ୍ଥାନ ନେଲେ ଅନୁଜ

Published: Feb 18, 2019, 6:50 pm IST

ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା କଲିକତା ପୁଲିସ କମିଶନର ରାଜୀବ କୁମାରଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ କଲିକତା ପୁଲିସ କମିଶନର ଦାୟିତ୍ୱ ଦିଆଯାଇଛି । ରାଜୀବଙ୍କୁ ରାଜ୍ୟ ସିଆଇଡିର ଏଡିଜି (ଅପରାଧ)ର ଦାୟିତ୍ୱ ଦିଆଯାଇଛି । କିଛିଦିନ ତଳେ ସିବିଆଇ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚରା କରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚିଟ୍‌ଫଣ୍ଡ ଦୁର୍ନୀତି ସମ୍ପର୍କିତ ପ୍ରମାଣ ନଷ୍ଟ କରିବାରେ ରାଜୀବଙ୍କ ହାତ ଥିବା ସିବିଆଇ ସନ୍ଦେହ କରୁଛି ।

Related posts