ଆଇଏଏସ୍‌ ବିଜୟ କେତନଙ୍କୁ ମିଳିଲା ଜାମିନ

Published: Feb 3, 2020, 4:44 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି । ହାଇକୋର୍ଟ ବିଜୟଙ୍କ ଜାମିନକୁ ମଞ୍ଜୁର କରିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା । 1ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଗିରଫ ହୋଇଥିଲେ। ଡିସେମ୍ବର 30 ତାରିଖରେ ଦୁହିଁଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ। ଗିରଫ ହେବା ପରେ ବିଜୟ କେତନଙ୍କୁ ଫଶାଇ ଦିଆଯାଇଛି ବୋଲି କହିଥିଲେ ବିଜୟ କେତନ।

Related posts