ମିଳିଗଲା ମୋଦିଙ୍କ ବାୟୋପିକ୍ ଫିଲ୍ମ ପାଇଁ ଭିଲେନ୍

Published: Feb 19, 2019, 12:09 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣଧୀନ ଫିଲ୍ମରେ ଯୋଡ଼ି ହୋଇଛି ଆଉ ଜଣେ ଅଭିନେତାଙ୍କ ନାଁ। ସେ ହେଉଛନ୍ତି ପ୍ରଶାନ୍ତ ନାରାୟଣ। ମୋଦିଙ୍କ ବାୟୋପିକରେ ତାଙ୍କୁ ମୁଖ୍ୟ ଖଳନାୟକ ଭୂମିକା ମିଳିଛି। ପ୍ରଶାନ୍ତ ଏହି ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ବିରୋଧୀ ଓ ଦେଶର ଜଣେ ବିଶିଷ୍ଟ ଉଦ୍ୟୋଗପତି ଆଦିତ୍ୟ ରେଡ୍ଡି ଭୂମିକାରେ ନଜର ଆସିବେ। ଫିଲ୍ମରେ ନରେନ୍ଦ୍ର ମୋଦି କ୍ୟାରେକ୍ଟର ପ୍ଲେ କରୁଛନ୍ତି ବିବେକ ଓବରାଏ। ସେହିପରି ବୋମନ୍ ଇରାନୀ ଓ ମନୋଜ ଯୋଶୀଙ୍କ ଭଳି ବରିଷ୍ଠ କଳାକାର ବି ଫିଲ୍ମରେ ଅଭିନୟ କରୁଛନ୍ତି।

Related posts