
ଆଜମଗଡ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଆଜମଗଡର ଏକ ବିବାହ ମଣ୍ଡପରେ ବରକୁ ହତ୍ୟା କରାଯାଇଛି । ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରକୁ ଦୁଇଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ମଙ୍ଗଳବାର ରାତିରେ ମସିରପୁରର ଦେବଗାଓଁ ପୋଲିସ୍ ଥାନା ଅଧୀନରେ ଏହି ଅଘଟଣ ଘଟିଛି । ସିଂପୁରରୁ ବରଯାତ୍ରୀ ପହଞ୍ଚିବା ପରେ ବର ମଣ୍ଡପକୁ ଯାଉଥିବା ସମୟରେ ଦୁଇ ବନ୍ଧୁକ ଧାରୀ ଆତତାୟୀ ଏକ ବାଇକରେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।(ଏଜେନ୍ସି)
Tags: groomkilled, up