ଏମ ନାଗେଶ୍ୱରଙ୍କ ନିଯୁକ୍ତିକୁ ଚ୍ୟାଲେଂଜ ଦେଇଥିବା ଯାଚିକା ଖାରଜ

Published: Feb 19, 2019, 12:57 pm IST

ସୁପ୍ରିମକୋର୍ଟ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଂଜ ଦେଇ ଦାୟର ହୋଇଥିବା ଯାଚିକାକୁ ଆଜି ଖାରଜ କରିଛନ୍ତି । ନ୍ୟାୟମୂର୍ତି ଅରୁଣ ମିଶ୍ର ଏବଂ ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜଣେ ପୂର୍ଣ୍ଣକାଳୀନ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ ବର୍ତମାନ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ କି, ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ ଋଷି କୁମାର ଶୁକ୍ଳାଙ୍କୁ ପେବୃଆରୀ ୪ରେ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ଆଲୋକ ବର୍ମା ଓ ରାକେଶ ଆସ୍ଥାନଙ୍କ ବିବାଦ ପରେ କେନ୍ଦ୍ର ସରକାର ଏମ୍‌.ନାଗେଣଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

Related posts