ଭାରତ ଆକ୍ରମଣ କଲେ, ପାକିସ୍ତାନ ତା’ର ଦୃଢ ଜବାବ ଦେବ : ଇମ୍ରାନ୍‌ ଖାନ୍‌

Published: Feb 19, 2019, 3:14 pm IST

ଜମ୍ମୁକାଶ୍ମୀରରେ ଫୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସଫେଇ ଦେଇଛନ୍ତି । ଆତଙ୍କୀ ଆକ୍ରମଣର ୬ ଦିନପରେ ଇମ୍ରାନ୍‌ ଏହି ଘଟଣାରେ ମୁହଁ ଖୋଲିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନ୍‌ କହିଛନ୍ତି ଯେ ଭାରତ ପାକିସ୍ତାନ ବିରୋଧରେ ମିଥ୍ୟା ଆରୋପ ଲଗାଉଛି । କୌଣସି ପ୍ରମାଣ ନଥାଇ ଭାରତ ଏଭଳି ଅଭିଯୋଗ କରୁଛି ବୋଲି ଇମ୍ରାନ୍‌ କହିଛନ୍ତି । କିଛି ଆତଙ୍କୀ କାର୍ଯ୍ୟକଳାପ ହେଲେ ଭାରତ ଦୋଷ ପାକିସ୍ତାନ ଉପରେ ଦୋଷ ଲଦିଦେଉଛି । ଭାରତ ଆକ୍ରମଣ କଲେ ପାକିସ୍ତାନ ମଧ୍ୟ ଏହାର ଦୃଢ ଜବାବ ଦେବ ବୋଲି ଇମ୍ରାନ୍‌ କହିଛନ୍ତି । କାଶ୍ମୀର ଯୁବକମାନେ ଉଗ୍ର କାହିଁକି ହେଉଛନ୍ତି, ସେହି କାରଣ ଖୋଜିବା ଦରକାର ବୋଲି କହିଛନ୍ତି । ଭାରତରେ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି କହିବା ସହିତ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପାକ୍‌ ସଦା ପ୍ରସ୍ତୁତ ବୋଲି କହିଛନ୍ତି ଇମ୍ରାନ୍‌ । ଯୁଦ୍ଧ ଦ୍ବାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ । ଆଲୋଚନା ମାଧ୍ୟମରେ ଏସବୁର ସମାଧାନ ହୋଇପାରିବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି ।

Related posts