Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାଦଘେରରେ ତାମିଲନାଡୁର ମନ୍ତ୍ରୀ ଶ୍ରୀନିବାସନ୍‌  : ଆଦିବାସୀ ଯୁବକଙ୍କ ଦ୍ବାରା ନିଜର ଚପଲ କଢାଇ ହେଲେ ବିବାଦୀୟ
ଆଜିର ଖବର

ବିବାଦଘେରରେ ତାମିଲନାଡୁର ମନ୍ତ୍ରୀ ଶ୍ରୀନିବାସନ୍‌  : ଆଦିବାସୀ ଯୁବକଙ୍କ ଦ୍ବାରା ନିଜର ଚପଲ କଢାଇ ହେଲେ ବିବାଦୀୟ

February 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ତାମିଲ୍‌ନାଡୁର ଜଣେ ମନ୍ତ୍ରୀ ଚପଲ କାଢିବାକୁ ନେଇ ବିବାଦ ଘେରକୁ ଆସିଛନ୍ତି। ମନ୍ତ୍ରୀଜଣକ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା ନିଜ ଚପଲ କଢାଇବାକୁ ନେଇ ବିବାଦରେ ଫସିଛନ୍ତି । ରାଜ୍ୟର ବନ୍ୟ ମନ୍ତ୍ରୀ ଡିଣ୍ଡିଗୁଲା ଶ୍ରୀନିବାସନ୍‌ ନୀଳଗିରି ଜିଲ୍ଲା ସ୍ଥିତ ମଦୁମଲାଇ ନ୍ୟାସନାଲ୍‌ ପାର୍କକୁ ଆସିଥିଲେ । ଏହି ଅବସରରେ ସେ ନିଜ ଚପଲକୁ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା କଢାଇଥିଲେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଆସିବା ପରେ ହଲଚଲ୍‌ ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀଙ୍କ ବିରୋଧରେ 1989 ଏସ୍‌ସି/ଏସ୍‌ଟି ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି ।

ରାଜ୍ୟର ବନ୍ୟ ମନ୍ତ୍ରୀ ଶ୍ରନିବାସନ୍‌ ମଦୁମଲାଇ ବ୍ୟାଘ୍ର ସଂରକ୍ଷଣରେ ହାତୀ ଥଇଥାନ ସେଣ୍ଟରର ଉଦ୍‌ଘାଟନ କରିବାକୁ ଆସିଥିଲେ । ମନ୍ତ୍ରୀଙ୍କ ସହିତ ରାଜ୍ୟର ସଚିବ ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ  ସମୟରେ ମନ୍ଦିର ଯିବା ପାଇଁ ମନ୍ତ୍ରୀ ନିଜ ଚପଲକୁ ଜଣେ ଆଦିବାସୀ ଯୁବକଙ୍କ ଦ୍ବାରା କାଢିଥିଲେ । ଏହି ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଭିଡିଓଟି ଆସିବା ପରେ ମନ୍ତ୍ରୀ ଜଣକ ଆଦିବାସୀଙ୍କ ବିରୋଧରେ ଭେଦଭାବ କରିବାର ଆରୋପ ଲଗାଯାଇଛି । ତେବେ ଏହି ଘଟଣାରେ ଏଆଇଡିଏମ୍‌କେ ନେତା କହିଛନ୍ତି ଯେ, ମନ୍ତ୍ରୀଜଣକ ଆଦିବାସୀ ଯୁବକଙ୍କ ଦ୍ବାରା ଚପଲ ଉତ୍ତାରିବାକୁ ନେଇ କେୌଣସି ଉଦ୍ଦେଶ୍ୟ ନଥିଲ । ମନ୍ତ୍ରୀଜଣକ ନିଜ ନାତି ଭାବି ସେହି ଯୁବକଙ୍କୁ ଡକାଇଥିଲେ । (ଏଜେନ୍ସି)

ତାମିଲନାଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.