ସଲମାନଙ୍କ ଫିଲ୍ମରୁ ବାଦ୍‌ ପଡ଼ିଲା ଆତିଫ୍‌ଙ୍କ ଗୀତ

Published: Feb 19, 2019, 4:03 pm IST

ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ସିଆରପିଏଫ ଉପରେ ହମଲା ପରେ ସମଗ୍ର ଦେଶରେ ରହିଛି ଆକ୍ରୋଶର ମାହୋଲ । ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଏହି ଘଟଣାକୁ କଠୋର ନିନ୍ଦା କରିବା ସହିତ ସହିଦଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଆମ କଳାକାରମାନେ । ସମସ୍ତ ତାରକା ଓ ଫିଲ୍ମ ସହିତ ଜଡ଼ିତ ସଙ୍ଗଠନ ନିଜ ସ୍ତରରେ ଏହି ହମଲାକୁ ଜୋରଦାର ବିରୋଧ କରିଛନ୍ତି । ଏହା ମଧ୍ୟରେ ପୁଲଓ୍ଵାମା ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରୁଥିବା ସଲମାନ ଖାନ ନିଜର ଆଗାମୀ ଫିଲ୍ମ “ନୋଟବୁକ” ରୁ ପାକିସ୍ତାନୀ ଗାୟକ ଆତିଫ୍ ଅସଲମଙ୍କୁ ବାହାର କରି ଦେଇଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ୍ ଓ ଅନ୍ୟ ସହଯୋଗୀ ନିର୍ମାତା ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ନୋଟବୁକ୍‌’ରୁ ଆତିଫ୍ ଅସଲମଙ୍କ ଗୀତକୁ ହଟାଇ ଦେଇଛନ୍ତି । ଏହି ଫିଲ୍ମରେ ଜହୀର୍‌ ଇକବାଲ୍‌ ଓ ପ୍ରନୁତନ ବହଲ୍‌ ପ୍ରମୁଖ ଭୂମିକାରେ ରହିଛନ୍ତି । ଏହା ପୂର୍ବରୁ ଟି ସିରିଜ୍ ଅତିଫ୍ ଅସଲମଙ୍କ ଗୀତକୁ ୟୁଟ୍ୟୁବରେ ଅନଲିଷ୍ଟ କରି ଦେଇଥିଲା । ପୁଲଓ୍ଵାମା ହମଲା ପରେ ପାକିସ୍ତାନୀ କଳାକାରଙ୍କୁ ବଲିଉଡର କ୍ରୋଧର ଶିକାର ହେବାକୁ ପଡ଼ିଛି । ପାକିସ୍ତାନ କଳାକାରଙ୍କୁ ଭାରତୀୟ ସିନେ ଜଗତ ବାସନ୍ଦ କରି ଦେଇଛି ।

Related posts