୧୮ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published: Feb 19, 2019, 5:12 pm IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟ ଠାରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୪ଟି ଶିଳ୍ପର ଉଦଘାଟନ କରିଥିବା ବେଳେ ୧୪ ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ଗୁଡିକର ୨୧୯୬.୩୦ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ଏହାଦ୍ୱାରା ୩,୪୬୫ ନିଯୁକ୍ତି ସୃଷ୍ଟି ହେବ ।  ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଯାଜପୁର କଳିଙ୍ଗନଗର ଠାରେ ୪୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ଇମାମି ସିମେଂଟ , କଳିଙ୍ଗନଗର ଠାରେ ୪୦ କୋଟି ଟଙ୍କା ବ୍ୟୟରେ ପେଲେଟ୍ ପ୍ଲାଂଟ ଶିଳ୍ପ , କଟକ ଜଗତପୁର ଠାରେ ୪୫ କୋଟି ଟଙ୍କା ବ୍ୟୟରେ ଜୟଭାରତ ସ୍ପାଇସେସ୍ ଏବଂ ଖୋର୍ଦ୍ଧା ଭଗବାନପୁର ଠାରେ ୭.୪୧ କୋଟି ଟଙ୍କାରେ ଉକ୍ରଳ ବ୍ରିକସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ୪ ଟି ଶିଳ୍ପରେ ମୋଟ୍ ୪୯୩.୪୧ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଇଥିବା ବେଳେ ୯୨୭ ଜଣ ନିଯୁକ୍ତି ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅଧିକ କର୍ମ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ନିମନ୍ତେ ସମଗ୍ର ରାଜ୍ୟ ଲାଗି ଅଧିକ ର୍ନିମାଣକାରୀ ବିନିଯୋଗ ଆଣିବାକୁ  ଶିଳ୍ପ ବିକାଶର ନିମନ୍ତେ ଭିଜନ୍ ୨୦୨୫ ଜରିଆରେ ଏକ ଆକ୍ସନ୍ ପ୍ଲାନ୍ କରାଯାଇଛି ବୋଲି କହିଛନ୍ତି ।

Related posts