ଆଜିଠାରୁ UPSC ରେଜିଷ୍ଟ୍ରେସନ୍‌ ଆରମ୍ଭ

Published: Feb 19, 2019, 6:29 pm IST

ଆଜିଠାରୁ ସିଭିଲ ସର୍ଭିସ୍‌ ପରୀକ୍ଷା (ସିଏସ୍‌ଇ) ଉଦ୍ଦିଷ୍ଟ ପଞ୍ଜିକରଣ ଲିଙ୍କ୍‌ ସକ୍ରିୟ ହୋଇଛି। ଏହି ପରୀକ୍ଷାର ନିୟନ୍ତ୍ରକ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ କର୍ତ୍ତୃପକ୍ଷ ଏହାକୁ ଆକ୍ଟିଭେଟ୍‌ କରିଥିବା ନେଇ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯୋଗ୍ୟତା, ଆବଶ୍ୟକ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧିତ ତଥ୍ୟ upsconline.nic.in ରେ ଉପଲବ୍ଧ ହେଉଛି। ଏହି ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ମାସ ୧୮ ତାରିଖ । ଏବଂ ୧୮ ତାରିଖ ସନ୍ଧ୍ୟା ୬ଟା ଯାଏ ପଞ୍ଜିକରଣ ହୋଇପାରିବ। ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବିଭିନ୍ନ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ୮୯୬ ଟି ପୋଷ୍ଟ ପୂରଣ ପାଇଁ ଏହି ପରୀକ୍ଷା ହେବାକୁ ଥିବାବେଳେ ଚଳିତବର୍ଷ ୩୯ଟି ପଦବୀ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ। ଆଇଏଏସ୍, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଆରଏସ୍‌ ଏବଂ ଆଇଆରଟିଏସ୍‌ ଆଦି କ୍ଷେତ୍ରରେ ପଦବୀ ପୂରଣ ପାଇଁ ପ୍ରିଲିମିନାରୀ ପରୀକ୍ଷା ପରେ ମେନ୍‌ ପରୀକ୍ଷା ଦେବାକୁ ହୁଏ। ଏହି ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷା ଜୁନ୍‌ ୨ ତାରିଖରେ ହେବ। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ପାଇଁ ମଧ୍ୟ ଆଜିଠାରୁ upsconline.nic.in ଏବଂ upsc.gov.in ଆବେଦନ ପତ୍ର ଉପଲବ୍ଧ ହେଉଛି।

Related posts