ରାଜଧାନୀରେ ଚିଟ୍‌ଫଣ୍ଡ ଜମାକାରୀ

Published: Feb 19, 2019, 6:34 pm IST

ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ ଦାବିରେ ରାଜଧାନୀରେ ହଜାର ହଜାର ଜମାକାରୀ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜମାକାରୀମାନେ ମିଳିତ ମଞ୍ଚର ଡାକରାରେ ଏକାଠି ହୋଇଛନ୍ତି । ସେମାନେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି । ଚିଟ୍‌ଫଣ୍ଡ ଜମାରୀମାନେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ପତ୍ର ଦେବେ । ଦାବି ପୂରଣ ନ ହେବା ଯାଏ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଜମାକାରୀ ଚିଟ୍‌ଫଣ୍ଡ ଠକେଇର ଶିକାର  ହୋଇଛନ୍ତି । ସିବିଆଇ ପ୍ରାୟ ୪୪ଟି ସଂସ୍ଥା ବିରୋଧରେ ତଦନ୍ତ କରୁଛି । ଗତ ସାଧାରଣ ନିର୍ବାଚନରେ ସମସ୍ତ ଜମାକାରୀଙ୍କୁ କର୍ପସ୍‌ ଫଣ୍ଡରୁ ଟଙ୍କା ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଜଷ୍ଟିସ୍‌ ଏମ୍‌ ଏମ୍‌ ଦାସ କମିଶନକୁ ନିଯୁକ୍ତି କରାଯାଇଥିଲା । ଯେଉଁଥିରେ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଜମାକାରୀ ଟଙ୍କା ଫେରି ପାଇବା ପାଇଁ ଆବେଦନ କରିଥିବାବେଳେ ମାତ୍ର ଅଢ଼େଇ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ଟଙ୍କା ଦିଆଯାଇଛି ।

Related posts