ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ସମର୍ଥନ କଲା କଂଗ୍ରେସ, ବିଜେଡ଼ି କଲା ନିନ୍ଦା

Published: Feb 19, 2019, 6:37 pm IST

ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଦାବିରେ ଆସନ୍ତା ୨୧ରେ ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରୁଛନ୍ତି । ବିଜେପି ପରେ ଆଜି କଂଗ୍ରେସ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।  ଗତକାଲି ବିଜେପି ସଭାପତି ବସନ୍ତ ପଣ୍ଡା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଥିଲେ । ତେବେ ଏହି ଆନ୍ଦୋଳନକୁ ନେଇ ବିଜେପିକୁ ଘେରିଛି ବିଜେଡ଼ି । ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର ବନ୍ଦକୁ ନିନ୍ଦା କରିଛି ବିଜେଡ଼ି । ବିଜେଡ଼ିର ପ୍ରତାପ ଦେବ ମାଟ୍ରିକ ପରୀକ୍ଷାର ଗୋଟିଏଦିନ ପୂର୍ବରୁ ଏପରି ଓଡ଼ିଶା ବନ୍ଦ ଯୁକ୍ତିଯୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପିକୁ । ଗୋଟିଏ ପଟେ ମୋଦି ପରୀକ୍ଷାର୍ଥୀଙ୍କୁ ପାଠପଢାର ମନ୍ତ୍ର ଦେଉଥିବାବେଳେ ଅନ୍ୟପଟେ ବିଜେପି କିପରି ଏହି ବନ୍ଦକୁ ସମର୍ଥନ କରୁଛି ବୋଲି ବିଜେଡ଼ି କହିଛି ।  ପିଲାଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ବିଜେଡ଼ିର ଅନୁରୋଧ । ତେବେ ଏହି ଘଟଣାରେ ବିଜେପି ପ୍ରତିକ୍ରିୟା ରଖି କହିଛି ଯେ ପରୀକ୍ଷା କିପରି ହେବ, ତାହା ରାଜ୍ୟସରକାରଙ୍କ ଚିନ୍ତାର ବିଷୟ ।

Related posts