ଜଳିଗଲା ବାଇକ୍‌ : ବର୍ତ୍ତିଗଲେ ଦାଦା-ପୁତୁରା

Published: Feb 10, 2020, 10:01 am IST

ସମୀକ୍ଷା ବ୍ୟୁରୋ

ଚାନ୍ଦବାଲି : ଚାନ୍ଦବାଲି ନିକଟରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଜଳି ଗଲା ବାଇକ୍‌ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଦାଦା-ପୁତୁରା, ସାମାନ୍ୟ ଆହତ ହୋଇଛନ୍ତି । ଧାମରା ଥାନା ଗୁଆଁଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟସ୍ଥ ବଜାରକୁ ଯାଉଥିବାବେଳେ ବିଦ୍ୟୁତ ଖୁଣ୍ଟରୁ ଛିଣ୍ଡି ପଡିଥିଲା ତାର । ଗତକାଲି ବ୍ରହ୍ମପୁରରେ ବସରେ ୧୧କେଭି ତାର ଲାଗି ବସ୍‌ଟି ଜଳିଯାଇଥିବାବେଳେ 10 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 35ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Related posts