ରାଜନୀତିରୁ ସନ୍ୟାସ ନେବେନି: ରାୟବରେଲିରୁ ନିର୍ବାଚନ ଲଢିବେ ସୋନିଆ

Published: Feb 20, 2019, 2:22 pm IST

ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇ ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଉପା ଅଧ୍ୟକ୍ଷା ତଥା ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଯାହା ଚର୍ଚ୍ଚା ହେଉଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ଯେ ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରମ୍ପାରିକ ଆସନ ରାୟବରେଲିରୁ ହିଁ ନିର୍ବାଚନ ଲଢିବେ । ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନରୁ ସେ ପ୍ରାୟ ତିନି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସୁଛନ୍ତି । ଏଣୁ ପୁଣି ଥରେ ସୋନିଆ ଏଠାରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି ।

Related posts