ସୀତାଙ୍କ ଭୂମିକାରେ ନଜର ଆସିବେ ଆୟୁଷ୍ମାନ

Published: Feb 21, 2019, 1:01 pm IST

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ଫିଲ୍ମକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଆଗାମୀ ଫିଲ୍ମ ‘ଡ୍ରିମଗାର୍ଲ’ରେ ଆୟୁଷ୍ମାନ ଖୁରାନା ସୀତାଙ୍କ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରେ ସେ ଜଣେ ରାମଲୀଳାର କଳାକାର ଭାବେ ଅବତୀର୍ଣ୍ଣ ହେବେ । ସେ ଏହି ରାମଲୀଳାରେ ସୀତା ଚରିତ୍ରରେ ନଜର ଆସିବେ । ପ୍ରଥମଥର ପାଇଁ ସେ ଏହି ଫିଲ୍ମରେ ମହିଳା ଚରିତ୍ରରେ ଅଭିନୟ କରିବେ । ଗତ ବର୍ଷ ତାଙ୍କଦ୍ୱାରା ଅଭିନୀତ ‘ଅନ୍ଧାଧୁନ୍‌’ ଓ ’ବଧାଇ ହୋ’ ବହୁ ସଫଳତା ପାଇଥିଲା । ତେବେ ଫିଲ୍ମରେ ଭିନ୍ନ ଭିନ୍ନ ଅଭିନୟ କରି ବେଶ୍‌ ଲୋକପ୍ରିୟ ହାସଲ କରିଥିବା ଏହି ଅଭିନେତାଙ୍କ ଆଗାମୀ ସିନେମାରେ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଦର୍ଶକଙ୍କ ପାଇଁ ବେଶ୍‌ ଉତ୍ସୁକତାର ବିଷୟ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ନୁସରତ୍‌ ଭରୁଚା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଚଳିତ ବର୍ଷ ଶେଷ ଆଡକୁ ଫ୍ଲୋର୍‌କୁ ଆସିବ ।

Related posts