ପୁଣି ଆଉ ଏକ ବଡ଼ ଆତଙ୍କୀ ହମ୍‌ଲା ପାଇଁ ଯୋଜନା କରୁଛି ଜୈଶ– ଏ – ମହମ୍ମଦ

Published: Feb 21, 2019, 1:20 pm IST

ଗତ ୧୪ ତାରିଖରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍‌ ସହିଦ ହୋଇଥିବା ଘଟଣାରେ ଦେଶବାସୀ ସ୍ତବ୍ଧ ହୋଇ ରହିଥିବାବେଳେ ମନରେ ପ୍ରତିହିଂସାର ନିଆଁ ଲାଗିରହିଛି । ଠିକ୍‌ ଏହି ସମୟରେ  ଆଉ ଏକ  ଆକ୍ରମଣ ଯୋଜନାର ଖବର ମିଳିଛି । ଗୁଇନ୍ଦା ବିଭାଗ ଅନୁସାରେ ଜୈଶ-ଇ-ମହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ଆଇଇଡ଼ି ବ୍ଲାଷ୍ଟ୍ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି । ଗତ ଆକ୍ରମଣ ଠାରୁ ଏହି ଆକ୍ରମଣ ଅଧିକ ଭୟଙ୍କର ହେବ ବୋଲି ସୂଚନା ରହିଛି । ଗତଥର ୩୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏଥର ୫୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି । ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି । ଆଇଇଡ଼ି ବିସ୍ଫୋରଣ ଜରିଆରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି ଏକ ମେସେଜକୁ ଡିକୋଡ଼୍ କରାଯାଇ ଏ ଖବର ହସ୍ତଗତ କରାଯାଇଛି ।

Related posts