ରାଫେଲ ମାମଲାରେ ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ସହମତି

Published: Feb 21, 2019, 3:39 pm IST

ରାଫେଲ ମାମଲାରେ ପୁର୍ନବିଚାର ଆବେଦନ ଏବଂ ସରକାରଙ୍କ ବିରୋଧରେ କୋର୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ  ସାମାଜିକ କର୍ମୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ । ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୀଘ୍ର ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯିବ । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରାଫେଲ ମାମଲାରେ କିଛି ଅଧିକାରୀଙ୍କ ବିରୋଧରେ ନ୍ୟାୟାଳୟକୁ ମିଛି କହିଥିବା ସମ୍ବନ୍ଧରେ ଆବେଦନ କରିଥିବା ଅଭିଯୋଗ ପତ୍ର ଉପରେ ମଧ୍ୟ ଶୁଣାଣି କରିବାକୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟ ରାଫେଲ ମାମଲାରେ ନିଜର ରାୟ ଉପରେ ସମୀକ୍ଷା କରିବା ନିବେଦନ ଉପରେ  ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ।  ଏହା ପୂର୍ବରୁ ସୁପ୍ରିମକୋର୍ଟ ରାଫେଲ ଡିଲରେ ମୋଦୀ ସରକାରଙ୍କୁ କ୍ଲିନ ଚିଟ ଦେଇ ଡିଲରେ ଦୁର୍ନୀତି ହୋଇନଥିବା କହିଥିଲେ । ଏହା ସହ କେଗ ମଧ୍ୟ ସଂସଦରେ ରାଫେଲ ସମ୍ପର୍କୀତ ରିପୋର୍ଟ ଉପସ୍ଥାପନା କରିଥିଲା ।  ୟୁପିଏ ସମୟରେ ହୋଇଥିବା ଡିଲ ତୁଳନାରେ ମୋଦୀ ସରକାର ସମୟରେ ହୋଇଥିବା ଡିଲ ଦେଶ ପାଇଁ ଲାଭଦାୟକ  ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଥିଲା ।

Related posts