ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ ରାଜନୀତି ଜୋର୍ ଧରିଛି । କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି । ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍ ନ୍ୟାସନାଲ ପାର୍କରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ଶହୀଦ୍ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ଦେଶବାସୀ ଭୋକଶୋଷ ଭୁଲିଯାଇଥିବା ସମୟରେ ମୋଦି ରାମନଗର ଗେଷ୍ଟ ହାଉସ୍ରେ ଚା ଓ ଜଳଖିଆ ଖାଉଥିଲେ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରେଜଓ୍ବାଲା ଅଭିଯୋଗ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ଘଟଣା ଶୁଣି ମଧ୍ୟ ପ୍ରଧାନମନ୍ତ୍ରୀ ସେଠାରେ ନୌକା ବିହାର କରୁଥିଲେ। ସେହିପରି ଶହୀଦ୍ଙ୍କ ମରଶରୀର ସହିତ ଭାଜପା ନେତା ସେଲଫି ମଧ୍ୟ ନେଉଥିବାର ଘଟଣାକୁ ନେଇ ମଧ୍ୟ ବିଜେପି ସମାେଲାଚନା କରିଛନ୍ତି ସୁରେଜଓ୍ବାଲା । ଦେଶରେ ଶହୀଦ୍ଙ୍କୁ ନେଇ ଶୋକାକୁଳ ସ୍ଥିତି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନିଶା ଘାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ପାକିସ୍ତାନର ବିପଦ ବେଳର ବନ୍ଧୁ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ମୋଦି ସ୍ୱାଗତ କରିବାର ତରିକାକୁ ମଧ୍ୟ କଂଗ୍ରେସ ସମାଲୋଚନା କରିଛି।
କଂଗ୍ରେସ ଟାର୍ଗେଟ୍ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ମୋଦି
Published:
Feb 21, 2019, 4:14 pm IST
Tags: