Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ଆମରଣ ଅନଶନ
ଆଜିର ଖବର

ଦ୍ୱିତୀୟ ଦିନରେ ଆଶାୟୀ ଶିକ୍ଷକ ସଂଘର ଆମରଣ ଅନଶନ

February 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତିନିଦଫା ଦାବି ନେଇ ଆମରଣ ଅନଶନ କରୁଥିବା ଆଶାୟୀ ଶିକ୍ଷକଙ୍କ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂଘର କାର୍ଯ୍ୟକତ୍ତ୍ରାମାନେ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ୧୨ ତାରିଖଠାରୁ ନଖାଇ ନ ପିଇ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ ଗତ ଡ଼ିସେମ୍ବର ୨୦୧୬ ମସିହାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିନାହିଁ। ରାଜ୍ୟରେ ପ୍ରାୟ ୬୦ ହଜାର ସିଟି. ବି.ଇଡ଼ି ତଥା ଓଟିଇଟି ପାସ୍ କରିଥିବା ଛାତ୍ରଛାତ୍ରୀ ଚାକିରି ଅପେକ୍ଷା କରି ଅଛନ୍ତି। ବିଭିନ୍ନ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୨୦ ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ସ୍କୁଲରେ ଶିକ୍ଷକ ଅଭାବରୁ ଅଭିଭାବକମାନେ ସେମାନଙ୍କୁ ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲକୁ ପଠାଉଛନ୍ତି। ରାଜ୍ୟ ସରକାର ପ୍ରାଇଭେଟ୍ ସ୍କୁଲ ପ୍ରତି ଅନୁକମ୍ପା ଦେଖାଇଛନ୍ତି। ଏପଟେ ରାଜ୍ୟରେ ବିନା ଏନ୍‌ଓସି ଏବଂ ସିଓଆର୍‌ରେ ହଜାର ହଜାର ପ୍ରାଇଭେଟ୍ ସ୍କୁଲ ଛତୁଫୁଟିଲା ଭଳି ଚାଲୁଛି। ତେଣୁ ରାଜ୍ୟସ୍ତରୀୟ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ, ଭୁବନେଶ୍ୱର ଡ଼ାକରାରେ ନଭେମ୍ବର ୧୧ ଏବଂ ୨୯ ତାରିଖରେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲେ ମଧ୍ୟ ଦୁଇମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଣିଥରେ ସଂଘର ଡ଼ାକରାରେ ଗତ ୧୨ ତାରିଖ ଦିନ ହଜାର ହଜାର ଆଶାୟୀ ଶିକ୍ଷକ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ଫଳରେ ସଂଘର ପ୍ରତିନିଧି ମଣ୍ଡଳୀ ସହ ଗଣଶିକ୍ଷାମନ୍ତ୍ରୀ ଏବଂ ସଚିବ ଆଲୋଚନା କରିଥିଲେ ମଧ୍ୟ ପୁନର୍ବାର ପ୍ରତଶ୍ରୁତି ମିଳିବାରୁ ତାହା ବିଫଳ ହୋଇଥିଲା । ତେଣୁ ସେମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶତାଧିକ କନିଷ୍ଠ ଶିକ୍ଷକ ଆଶାୟୀ (ସିଟି, ବି.ଇଡ଼ି.) ପିଲାମାନେ ଆମରଣ ଅନଶନରେ ବସିଛନ୍ତି। ଏହା ସହ ଆସନ୍ତା ବଜେଟ୍ ଅଧିବେଶନରେ ନୂତନ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଘୋଷଣା ନକଲେ ଆଗାମୀ ଦିନରେ ଆତ୍ମହୁତି ଦେବାକୁ ପଛେଇବେ ନାହିଁ ବୋଲି ରାଜ୍ୟରେ ଥିବା ବେକାରୀ ସିଟି, ବି.ଇଡ଼ି  ଓଟିଇଟି ପାସ୍ ହୋଇଥିବା ଆଶାୟୀ ମାନେ କହିଛନ୍ତି। ସୂଚନାଯୋଗ୍ୟ ଗତ ୧୨ ତାରିଖ ଦିନ ତିନିଦଫା ଦାବି ପୂରଣ ନିମନ୍ତେ ବିଧାନସଭା ସମ୍ମୁଖ ଗାନ୍ଧି ମାର୍ଗରେ ହଜାର ହଜାର କନିଷ୍ଠ ଶିକ୍ଷକ ଆଶାୟୀ ମାନେ ଅଭିନବ ଭାବେ ପ୍ରତିବାଦ ଓ ବିକ୍ଷୋଭ କରିଥିଲେ। ସର୍ବ ସମ୍ମୁଖରେ ତଥା ଓଡ଼ିଶାର ଛାତି ଉପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବେକାର ସିଟି/ବି.ଇଡ଼ି ପିଲାମାନେ କାନଧରି ଆଣ୍ଠେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଯାହା ଓଡ଼ିଶାରେ ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଦିନ ସରକାରଙ୍କ ଡ଼ାକରାରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ଆଲୋଚନା କରିଥିଲେ। ସଚିବ ମହୋଦୟ ସେହି ପୁରୁଣା କଥା ଦୋହରାଇଥିଲେ ଓ କହିଥିଲେ କି ବିଭାଗ ଆପଣମାନଙ୍କ ତିନିଦଫା ଦାବି ସଂପର୍କରେ ଅବଗତ ଅଛନ୍ତି ଓ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ। କିନ୍ତୁ କେବେ ନିଆଯିବ ସେନେଇ କିଛି ନିର୍ଦ୍ଦିଷ୍ଟ ସମୟସୀମା ଦେଇନଥିଲେ । ତେଣୁ ୧୩ ତାରିଖରେ ସଂଘ ତରଫରୁ ଅନଶନ ଓ ଧାରଣା ଚାଲୁ ରହିଥିବା ବେଳେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ତରଫରୁ ଡ଼ାକରା ଆସିଥିଲା । ଅପରାହ୍ନରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ୱରେ ଲୋକସେବା ଭବନରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ମନ୍ତ୍ରୀ କହିଥିଲେ କି ଗତକାଲିର କାନଧରି ଆଣ୍ଠେଇବା ଦୃଶ୍ୟ ମୋତେ ମର୍ମାହାତ କରିଛି । ଆପଣମାନେ ଧାରଣା ଓ ଅନଶନରୁ ଓହରି ଯାଆନ୍ତୁ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗୀୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏହା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ନିର୍ଦ୍ଦିଷ୍ଟ କେବେ ନିଷ୍ପତ୍ତି ନିଆଯିବ ଓ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, ସେ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ଦେଇନଥିଲେ । ଯାହା ସରକାରଙ୍କର ଉଦାସୀନତାକୁ ପଦାରେ ପକାଇଦେଇଛି । ତେଣୁ ଓଜେଟାର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାରଣା ଓ ଅନଶନ ଜାରି ରହିଛି ଓ ଦାବିପୂରଣ ନହେଲେ ଆସନ୍ତା ୧୭ ତାରିଖରେ ଓଜେଟା ତରଫରୁ ଶତାଧିକ ସିଟି/ବିି.ଇଡ଼ି ଶିକ୍ଷକ ଆଶାୟୀମାନେ ଚରମ ନିଷ୍ପତ୍ତି ନେବେ ବୋଲି ସଂଘର ସଭାପତି ଧନଞ୍ଜୟ ଜେନା ଓ ସାଧାରଣ ସଂପାଦକ ଜୀବନବନ୍ଧୁ ଭୋଇ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସେପଟେ ଅନଶନରେ ବସିଥିବା ସଭାପତିଙ୍କ ସହ ଅନ୍ୟ ଆଶାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ପରିଲକ୍ଷିତ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026
Latest News

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.