Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଦିନିଆ ଜାତୀୟ କର୍ମଶାଳା ଓ ମରାଠି ଖାଦ୍ୟମେଳା ଉଦ୍‌ଘାଟିତ
ଆଜିର ଖବର

ଦୁଇଦିନିଆ ଜାତୀୟ କର୍ମଶାଳା ଓ ମରାଠି ଖାଦ୍ୟମେଳା ଉଦ୍‌ଘାଟିତ

February 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Foodmela at VSS Nagar Hotel Management Institute

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ । ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ବିଷୟରେ ଅବଗତ କରାଇବା ନିମନ୍ତେ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ବୀର ସରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନରେ ୧୪ ଫେବୃୟାରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’ ।

ଏତଦ୍ ବ୍ୟତୀତ ସଂସ୍ଥାନ ଦ୍ୱାରା ୧୪ ଏବଂ ୧୫ ଫେବୃୟାରୀକୁ ‘ଆତିଥ୍ୟି ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତାର ଆହ୍ୱାନ’ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନନୀୟ ରାଜ୍ୟ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଓ ଶ୍ରୀ ସୁବ୍ରତୋ ବାଗ୍‌ଚି, ଅଧ୍ୟକ୍ଷ, ଓଡ଼ିଶା କୌଶଳ ବିକାଶ ନିୟୋଗଙ୍କ କରକୂଲ୍ୟରେ ଉଦ୍‌ଘାଟିତ ହୋଇଥିଲା ଏହି ସମ୍ମିଳନୀ ।

ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବିଶାଳ ଦେବ, ଆଇଏଏସ୍‌., ଆୟୁକ୍ତ ସହ ସଚିବ, ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଆଇଏଏସ୍‌, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଏବଂ ଅନେକ ପ୍ରମୁଖ ସଚିବ, ଅଧିକାରୀ, ପ୍ରସିଦ୍ଧ ସେଫ୍‌, ହୋଟେଲ ଶିଳ୍ପପତି ଓ ମନ୍ତ୍ରୀ ଏହି ଉତ୍ସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମ୍ମିଳନୀ ଶେଷରେ ସଂସ୍ଥାର ପ୍ରାଧାନଚାର୍ଯ୍ୟା ଶ୍ରୀମତୀ ଶାରଦା ଘୋଷ ସମ୍ମିଳନୀର ବିପୁଳ ସଫଳତା ପାଇଁ ସଂସ୍ଥାନର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଅବିନାଶ ଦାଶ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବି ସୁଦର୍ଶନ ରେଡ୍ଡୀ

August 21, 2025

ଟିମ୍ ଇଣ୍ଡିଆର ଅଧିନାୟକ ହେବେ ଶ୍ରେୟସ ଆୟର?: ଆଶ୍ଚର୍ଯ୍ୟ କରିଛିବିସିସିଆଇର ନୂତନ ଯୋଜନା

August 21, 2025
Latest News

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବି ସୁଦର୍ଶନ ରେଡ୍ଡୀ

August 21, 2025

ଟିମ୍ ଇଣ୍ଡିଆର ଅଧିନାୟକ ହେବେ ଶ୍ରେୟସ ଆୟର?: ଆଶ୍ଚର୍ଯ୍ୟ କରିଛିବିସିସିଆଇର ନୂତନ ଯୋଜନା

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.