ଉତ୍ତରପ୍ରଦେଶ ଆସନ ପାଇଁ ଭାଗବଣ୍ଟା ଶେଷ : ଏସ୍‌ପି ୩୭, ବିଏସ୍‌ପି ୩୮, ଆର୍‌ଏଲ୍‌ଡି ୩ଟି

Published: Feb 21, 2019, 5:32 pm IST

୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ବହୁଜନ ସମାଜ ପାର୍ଟି(ବିଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର ଏଲ୍‌ଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଏନେଇ ଏସ୍‌ପି-ବିଏସ୍‌ଥପି- ଆରଏଲ୍‌ଡି ମେଣ୍ଟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ଉତ୍ତରପ୍ରଦେଶର ମୋଟ ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ୍‌ପି ୩୭, ବିଏସ୍‌ପି ୩୮ ଓ ଆରଏଲ୍‌ଡି ୩ଟି ଆସନରେ ନିର୍ବାଚନ ଲଢିବେ । ରାଷ୍ଟ୍ରୀୟ ଲୋକଦଳକୁ ମୁଜାଫରନଗର, ବାଗପତ ଏବଂ ଆସନ ଦିଆଯାଇଛି । କଂଗ୍ରେସ ପାଇଁ ଅମେଠି ଏବଂ ରାୟବରେଲି ଲୋକସଭା ଆସନ ଛାଡ଼ି ଦିଆଯାଇଛି । ଏସ୍‌ପି ଗୋରଖପୁର, ଗୋଣ୍ଡା, କୁଶୀନଗର, ଆଜମଗଡ଼, ବାରାଣାସୀ, ଗାଜିଆବାଦ, ହାଥରସ, ପିଲିଭୀତ, ମୋନୗପୁର, ଖିର, କେନୗଜ, ବାନ୍ଦା, ଫୁଲପୁର, ଆହ୍ଲାବାଦ, କୌରାନା ମୁରାଦାବାଦ, ରାମପୁର, ଇଟ୍‌ଟାଓ୍ବା, କାନପୁର,  ଲକ୍ଷ୍ନୌ, ଝାନ୍‌ସୀ ଆଦିରେ ନିର୍ବାଚନ ଲଢିବ । ସେହିପରି ବିଏସ୍‌ପି ପ୍ରତାପଗଡ଼, ସୁଲତାନପୁର, ଅଲ୍ଲୀଗଡ଼, ଆଗ୍ରା, ମେରଠ, ଅମରୋହା, ବିଜନୌର, ଆକବରପୁର, ଗୌତମବୁଦ୍ଧ ନଗର, ବୁଲନ୍ଦସହର ଆଦି ଆସନରୁ ନିର୍ବାଚନ ଲଢିବ । ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ୧୭ଟି ଆସନ ମଧ୍ୟରୁ ବିଏସ୍‌ପି ୧୦ଟି ଓ ଏସ୍‌ପି ୭ଟି ପ୍ରାର୍ଥୀ ଦେବ ।

Related posts