ଇଫିଏଫ୍‌ ସୁଧହାରରେ ୮.୬୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ

Published: Feb 21, 2019, 6:34 pm IST

କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ ଜମା ସୁଧହାରକୁ ୮.୬୫ ପ୍ରତିଶତକୁ ବୃଦ୍ଧି କରିବା ଉପରେ ପ୍ରସ୍ତାବ ଦିଆଯାଇଛି। ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା । ତା ପୂର୍ବ ବର୍ଷ ଅର୍ଥାତ ୨୦୧୬-୧୭ରେ ଏହା ୮.୬୫ ପ୍ରତିଶତ ଥିଲା । ଏହା ଦ୍ୱାରା ସାରାଦେଶରେ ଥିବା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ହାର ବଢାଇବା ଉପରେ ନିଷ୍ପତ୍ତି ନିଆଯାଇଥିଲା । ବୋର୍ଡର ମଂଜୁରୀ ପାଇବା ପରେ ଏହି ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ହିଁ ବର୍ଦ୍ଧିତ ସୁଧହାର ଲାଗୁ ହେବ ।

Related posts