ମନ୍ଦିର କର୍ମଚାରୀଙ୍କୁ ପୋଲିସ୍‌ର ମାଡ଼ ଅଭିଯୋଗ: ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

Published: Feb 17, 2020, 9:19 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ନୂଆବସ୍‌ଷ୍ଟାଣ୍ଡ କାଳୀ ମନ୍ଦିରର ଜନୈକ କର୍ମଚାରୀଙ୍କୁ ପୋଳିସ୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ମନ୍ଦିର କର୍ମଚାରୀଙ୍କ ଅଭିଯୋଗ ପ୍ରକାରେ ବର୍ତ୍ତମାନ ମନ୍ଦିରର ବାର୍ଷିକ ଉତ୍ସବ ଚାଲିଛି। ରାତ୍ର ୪ ଘଣ୍ଟା ସମୟରେ ମନ୍ଦିରର କିଛି କର୍ମଚାରୀ ଚା’ ପିଇବା ପାଇଁ ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟସ୍ଥ ଚା’ ଦୋକାନକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗୋଷାଣିନୂଆଗାଁ ଥାନା ଏସ୍‌ଆଇ ଏବଂ ଅନ୍ୟ ଷ୍ଟାଫ୍‌ମାନେ କର୍ମଚାରୀଙ୍କ ପରିଚୟ ପଚାରିଥିଲେ। ମନ୍ଦିରର କର୍ମଚାରୀ ଏବଂ ଅନ୍ୟମାନେ ସେମାନଙ୍କ ପରିଚୟ ଦେବା ସତ୍ତ୍ୱେ ଥାନା ଏସ୍‌ଆଇ ବିନା କାରଣରେ ମନ୍ଦିର ଷ୍ଟାଫ୍‌ର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ମନ୍ଦିରର ମୁଖ୍ୟ ପୂଜକ ତାରିଣୀ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟକୁ ଯାଇ ଥାନା ଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୂଜକ ତାରିଣୀ ବେହେରା ଦାବି କରିଛନ୍ତି।

Related posts