ଅଟୋ-ବାଇକ୍‌ ଧକ୍କା : ଜଣେ ମୃତ, ଜଣେ ଗୁରୁତର

Published: Feb 17, 2020, 9:40 am IST

ସମୀକ୍ଷା ବ୍ୟୁରୋ

ବିନିକା : ଅଟୋ ବାଇକ୍‌ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଡୁଙ୍ଗୁରିପାଲି ଥାନା ଗଧାପାଲି ଛକରେ ଚଳନ୍ତା ଅଟୋକୁ ବାଇକ୍‌ ପିଟିଥିବାରୁ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବାଇକ୍‌ ଆରୋହୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାପରେ ଦୁଇଜଣଙ୍କୁ ବୁର୍ଲା ମେଡ଼ିକାଲ ନିଆଯାଇଥିବାବେଳେ ଡାକ୍ତରଖାନାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥଲା ।

Related posts