ବ୍ୟାଟେରୀ ଫାଟି ଆଙ୍ଗୁଠି ଛିଣ୍ଡିଲା

Published: Feb 17, 2020, 9:53 am IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ବ୍ୟାଟେରୀ ଫାଟିଯିବାରୁ ଦୁଇ ବାଳକ ଆହତ ହୋଇଛନ୍ତି। ଖେଳୁଥିବାବେଳେ ବ୍ୟାଟେରୀ ଫାଟିଯିବାରୁ ଦୁଇ ବାଳକ ଗୁରୁତର ଆହତ ହୋଇଛନ୍ତି। ଜଣେ 9 ବର୍ଷ ପୁଅର ଡାହାଣ ହାତର 3ଟି ଆଙ୍ଗୁଳି ଛିଣ୍ଡି ପଡିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ତିହିଡି ଥାନା ନନ୍ଦପୁର ଗ୍ରାମରେ ସକାଳୁ ସକାଳୁ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ବାଳକକୁ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମାଇକ୍‌ ସେଟ୍‌ରେ ବ୍ୟବହୃତ ହେଉଥିବା ଛୋଟ ବ୍ୟାଟେରୀକୁ ନେଇ ଦୁଇ ବାଳକ ଖେଳୁଥିବାବେଳେ ଏହି ଅଘଟଣ ଘଟିଛି।

Related posts