ଫିଲ୍ମ ଫ୍ରାଇଡେ’ରେ ’ଟୋଟାଲ୍‌ ଧମାଲ୍‌’

Published: Feb 22, 2019, 2:14 pm IST

ଆଜି ପରଦାକୁ ଆସିଛି ‘ଧମାଲ୍‌’ ସିରିଜ୍‌ର ତୃତୀୟ ସଂସ୍କରଣ ‘ଟୋଟାଲ୍‌ ଧମାଲ୍‌’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ତଥା ସହ ପ୍ରଯୋଜିତ ଏହି କମେଡ଼ି ଫିଲ୍ମଟିରେ ଅଜୟ ଦେବଗନ୍‌, ରିତେଶ ଦେଶମୁଖ, ଅର୍ଶଦ ଓ୍ବାର୍ଶି, ଜାଭେଦ ଜାଫେରୀ, ମାଧୁରୀ ଦୀକ୍ଷିତ୍‌, ଅନିଲ୍‌ କୁପର୍‌, ଈଶା ଗୁପ୍ତା, ସଂଜୟ ମିଶ୍ରା, ରାଜପାଲ ଯାଦବ, ସୁଦେଶ ଲାହିରୀ, ମହେଶ ମଞ୍ଜେ୍ରକର୍‌, ପ୍ରମୁଖ ଅଭିନୟ କରିଛନ୍ତି । ’ଟୋଟାଲ୍‌ ଧମାଲ୍‌’ର ପୂର୍ବ ଦୁଇ ସଂସ୍କରଣ ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥିଲା । ଏହି ଫିଲ୍ମରେ ବହୁତ ଦିନ ପରେ ରୋମାଣ୍ଟିକ୍‌ ଯୋଡ଼ି ଅନିଲ୍‌ କପୁର୍‌ ଓ ମାଧୁରୀ ଦୀକ୍ଷିତଙ୍କୁ ନିଆଯାଇଛି । ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ହିଟ୍‌ ହୋଇଥିବାବେଳେ ଏହାର ଟ୍ରେଲ୍‌ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ପ୍ରଥମ ଥର ପାଇଁ  ହଲିଉଡ୍‌ କ୍ରିଷ୍ଟାଲ୍‌କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମୁଗୁଣ୍ଡା ଗୀତର ରିମେକ୍‌ ରହିଛି, ଯେଉଁଥିରେ ସୋନାକ୍ଷୀ ସିହ୍ନାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିବ । ଚଳିତ ବର୍ଷ ପ୍ରଥମ କମେଡ଼ି ସ୍ବିକେଲ୍‌ ଫିଲ୍ମ ଭାବେ ଏହି ଫିଲ୍ମଟି ଯେ ଆଶାତୀତ ବ୍ୟବସାୟ କରିବ, ଏଥିରେ ସନ୍ଦେହ ନାହିଁ ।

Related posts