ପୂର୍ବତଟ ରେଳପଥ ପାଇଁ ଗର୍ବର ବିଷୟ – ଆମ ସମାଜ ପାଇଁ ଏକ ଉଦାହରଣ ଦେଉଥିବା କାହାଣୀ

Published: Feb 18, 2020, 7:58 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଢେଙ୍କାନାଳଠାରୁ ପ୍ରାୟ ପାଞ୍ଚ ଶହ ଯାତ୍ରୀ ସେମାନଙ୍କର ଦାବି ପାଇଁ ରାଲିରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିଲେ। ସେମାନେ ଏକ ଦଳରେ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟ୍ରେନ ଟିକେଟ କ୍ରୟ କରି ପୁରୀ-ଅନୁଗୁଳ ମେମୁ ଟ୍ରେନ ଦ୍ୱାରା ଫେରିବା ପାଇଁ ଭୁବନେଶ୍ୱର ଷ୍ଟେସନ ଠାରେ ପହଁଚିଲା ପରେ ମାତ୍ରାଧିକ ଯାତ୍ରୀ ଭିଡକୁ ଦେଖି ଭୁବନେଶ୍ୱର ଷ୍ଟେସନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ ଯଦି ଟ୍ରେନ ତା ଧାର୍ଯ୍ୟ ସମୟ ଠାରୁ ଆଉ କିଛି ସମୟ ରହିଯାଇପାରିବ ତାହେଲେ ସେମାନଙ୍କ ସାଥିରେ ଆସିଥିବା ସମସ୍ତ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରିପାରିବେ ନଚେତ କିଛି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ଏହି ରାଲିରେ ପ୍ରାୟ ଆଦିବାସୀ ଅଞ୍ଚଳର ଯାତ୍ରୀମାନେ ଥିଲେ ଯେଉଁ ମାନେ କି ଭୁବନେଶ୍ୱରଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ୫୦୦ ସାଧାରଣ ଦ୍ଵିତୀୟ ଶ୍ରେଣୀ ଟିକେଟ କ୍ରୟକରିଥିଲେ ।

ଏଠାରେ ଦର୍ଶାଯାଉଅଛି ଯେ ରାଲି ମାନଙ୍କରେ ଯୋଗଦେବାକୁ ଆସୁଥିବା ଯାତ୍ରୀ କିମ୍ବା କାର୍ଯ୍ୟକର୍ତ୍ତାମାନେ ଖୁବ କମ ଟିକେଟ କ୍ରୟ କରି ଯାତ୍ରା କରୁଥିବା ଦେଖାଯାଏ ।  ସାଧାରଣ ଲୋକମାନଙ୍କ ପାଇଁ ଆଦିବାସୀ ବହୁଳ ଯାତ୍ରୀ ମାନଙ୍କ ଦ୍ୱାରା ଟିକେଟ କ୍ରୟକରି ଯାତ୍ରାକରିବା ଏକ ବିରଳ ଉଦାହରଣ ସୃଷ୍ଟିକରିବ ।

Related posts