Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲା ମ୍ୟାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ: ଏରସମାର ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନଶିକ୍ଷକ
ଆଜିର ଖବର

ଜଗତସିଂହପୁର ଜିଲ୍ଲା ମ୍ୟାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ: ଏରସମାର ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନଶିକ୍ଷକ

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ପାରାଦୀପ: ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ତେରବର୍ଷ ଧରି ଡେପୁଟେସନରେ ରହି ଜନୈକ ଶିକ୍ଷକ ନିଜକୁ ଜଣେ ଅଫିସର ବୋଲାଇ ସମଗ୍ର ଜିଲ୍ଲାରେ ହୁକୁମାତି ଚଳାଇଥିବା ଜଣାପଡିଛି। ଶିକ୍ଷାଧିକାରୀଙ୍କ ମୁଣ୍ଡରେ ଅଠାବୋଳି ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ ଚଳାଇ ସମଗ୍ର ଶିକ୍ଷାବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି। ଶାସକ ରାଜନୈତିକ ଦଳର ଛତ୍ରଛାୟା ତଳେ ରହି ଏହି କରିତ୍‌କର୍ମା ଜଣଙ୍କ ନହେଲା କାମକୁ କରୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରୁନାହାଁନ୍ତି। ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନା ଓ ତାଲିମ କାର୍ଯ୍ୟକ୍ରମରେ ଅଫିସରଙ୍କୁ ପଛରେ ପକାଇ ଷ୍ଟେଜରେ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠାରୁ ଉପକରଣ ଯୋଗାଣ ସବୁଥିରେ କରିତକର୍ମା ହୁକୁମାତି କରିଆସୁଛନ୍ତି। ଯେତେ ଅଧିକାରୀ ବଦଳି ହୋଇଆସିଲେ ମଧ୍ୟ ଦିନ କେଇଟାରେ କରିତକର୍ମା ତାଙ୍କୁ ପୋଷା ମନାଇବାରେ ଧୁରନ୍ଧର। ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପରିଚାଳନାରେ ମଧ୍ୟ ତଥାକଥିତ କରିତକର୍ମାଙ୍କ ବୋଲବାଲା ଜୋର ରହିଛି। ମ୍ୟାଟ୍ରିକ ପରୀକ୍ଷାକୁ ପରିଚାଳନା ପାଇଁ କରିତକର୍ମା ଜଣଙ୍କ ଜିଲ୍ଲାରେ ଏକ ସ୍ୱତନ୍ତ୍ର ନେଟୱାର୍କ କରି ଭଲ ରକମ ଠୁଳ କରି ନହେଲା କାମ କରିପାରିଥିବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ମ୍ୟାଟ୍ରିକ୍‌ ପରୀକ୍ଷାକେନ୍ଦ୍ର ନିର୍ଣ୍ଣୟରେ କରିତକର୍ମାଙ୍କ ସ୍ୱତନ୍ତ୍ର ଭୁମିକା ରହିଛି। ଜିଲ୍ଲାରେ ୭୮ଟି ମେଟ୍ରିକ ପରୀକ୍ଷାକେନ୍ଦ୍ର ମୁକ୍ତ ବିଦ୍ୟାଳୟ ପାଇଁ ଦୁଇଟି ଓ ସଂସ୍କୃତ ମଧ୍ୟମା ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। ପରୀକ୍ଷାକେନ୍ଦ୍ର ଚୟନରେ ଚଞ୍ଚକତା କରାଯାଇ କରିତକର୍ମାଙ୍କ ମନମାନିରେ ସବୁକିଛି ସ୍ଥିରକରାଯାଇଛି। ଏପରିକି ଅନେକ ପରୀକ୍ଷାକେନ୍ଦ୍ରର ସୁନାମ ଥିବା ବେଳେ ସେଗୁଡିକୁ କାଟି ଦିଆଯାଇଥିବା ଅଭିଯୋଗ ଉଠିଛି। କେତେକ ସେଣ୍ଟର ଫିକ୍ସିଂ ହୋଇଥିବା ଅଭିଯୋଗ ହୁଏ। ଜିଲ୍ଲାରେ ସମୁଦାୟ୨୮ଟି ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏଥି ମଧ୍ୟରୁ ବୋଲ ମାନିନଥିବା, ଦେଖା କରିନଥିବା ସେଣ୍ଟରରେ ଲଗାଯାଇଥିବା ଜଣାପଡିଛି। କରିତକର୍ମା ଜଣଙ୍କ ଏତେ ଚାଲାକ୍ ଯେ ଜିଲ୍ଲା ମୁଖ୍ୟଙ୍କୁ କରାୟତ୍ତ କରି ସବୁ କାରସାଦି କରିବା ପାଇଁ ଜିଲ୍ଲାମୁଖ୍ୟଙ୍କ ଗାଁ ସ୍କୁଲକୁ ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାକେନ୍ଦ୍ର କରାଇ ଶିକ୍ଷାଧିକାରୀଙ୍କ ଦ୍ୱାରା ଏଠାରେ ସ୍ୱତନ୍ତ୍ର ନିୟମ ଲାଗୁ କରି ସବୁ ଅସାଧୁ କାର୍ଯ୍ୟ କରିବାକୁ ପଛାଇ ନାହାଁନ୍ତି। ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ସୁପରିଟେଣ୍ଡେଡ୍‌ ତାଲିକାରେ ହୋଇଥିବା ଚଞ୍ଚକତା ଏବେ ପଦାରେ ପଡିଛି। ଏରସମା ବ୍ଲକ ଜିରାଇଲୋ ନଅ ମୌଜି ହାଇସ୍କୁଲରେ ଦୁଇଜଣ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥିବା ଏକ ବିଚିତ୍ର ତଥ୍ୟ ପ୍ରକାଶ ପାଇବା କରିତକର୍ମା ଗୋଷ୍ଠୀର ପାରିବାପଣିଆର ନମୁନା ସାଜିଛି। ସେଣ୍ଟର ସୁପରିନଟେଣ୍ଡେଟ ତାଲିକା କ୍ରମାଙ୍କ ନଂ୨୧ରେ ରଂଜନ କୁମାର ଦାସଙ୍କୁ ଜିରାଇଲୋ ନଅ ମୌଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦର୍ଶାଇ ଜିରାଇଲୋ ସେଣ୍ଟର ସୁପରିନଟେଣ୍ଡେଟ କରାଯାଇଛି।ତାଲିକାର କ୍ରମାଙ୍କ ନଂ୨୪ରେ ରମେଶ ଚନ୍ଦ୍ର ଲେଙ୍କାଙ୍କୁ ଜିରାଇଲୋ ନଅ ମୌଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଚଞ୍ଚକପୂର୍ଣ୍ଣ ଭାବେ ଦର୍ଶାଇ କେପି ହାଇସ୍କୁଲ ମଲ୍ଲିପୁର ସେଣ୍ଟର ସୁପରିନଟେଣ୍ଡେଟ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ନମୁନା ଷଡଯନ୍ତ୍ର ଧରାଯାଇପାରେ। ଖାଲି ଏତିକି ନୁହେଁ ଜିଲ୍ଲାରେ କରିତକର୍ମାଙ୍କ ସ୍ୱତନ୍ତ୍ର ନେଟୱାର୍କ ଦ୍ୱାରା କେଉଁ ସ୍କୁଲ କେଉଁ ସେଣ୍ଟରରେ ରହିବେ ତାହା ଫିକ୍ସିଂ କରାଯାଇଥିବା ତଥ୍ୟ ମିଳିଛି।ଉଦାହରଣ ସ୍ୱରୂପ କୁଜଙ୍ଗ ବ୍ଲକର ଗରେଇ ହାଇସ୍କୁଲ ସେଣ୍ଟରର ସୁନାମ ରହିଥିବା ବେଳେ ସେଣ୍ଟର ଚଳିତବର୍ଷ ବାତ୍ତିଲ କରାଯାଇଛି।ଗରେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ବଡମଠ ହାଇସ୍କୁଲ ସୁପରିନଟେଣ୍ଡେଟ କରାଯାଇଛି। ଗରେଇ ହାଇସ୍କୁଲ ପଣ୍ଡୁଆ ହାଇସ୍କୁଲ ସେଣ୍ଟରରେ ଅପରପକ୍ଷରେ ବଡମଠ ହାଇସ୍କୁଲକୁ ପଣ୍ଡୁଆ ସେଣ୍ଟରରେ ଟ୍ୟାଗ କରାଯାଇଛି। ସେହିପରି ଜିରାଇଲୋ ନଅ ମୌଜି ହାଇସ୍କୁଲର ଛଦ୍ମବେଶୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଲେଙ୍କା ମଲ୍ଲିପୁର ସେଣ୍ଟର ସୁପରିନଟେଣ୍ଡେଟ ହୋଇଥିବା ବେଳେ ଜିରାଇଲୋ ସ୍କୁଲ ଏରସମା ସେଣ୍ଟରରେ, ଏରସମା ସ୍କୁଲ ମଲ୍ଲିପୁର ସେଣ୍ଟରରେ, ମଲ୍ଲିପୁର ସ୍କୁଲ ପତିତପାବନ ହାଇସ୍କୁଲ ସେଣ୍ଟରରେ, ପତିତପାବନ ହାଇସ୍କୁଲ ସିଙ୍ଗିପୁର ଦୁଇଟି ପାଖ ପରିକ୍ଷାକେନ୍ଦ୍ର ଅତିକ୍ରମ କରି ଜିରାଇଲୋ ପରିକ୍ଷାକେନ୍ଦ୍ରରେ ଟ୍ୟାଗ ହେବାର ମହତ ଉଦ୍ଦେଶ୍ୟ କଣ?ପରୀକ୍ଷା ସ୍ୱଚ୍ଛତାର ନମୁନା ସାଜିଛି।ଖାଲି ଏରସମା ବ୍ଲକ ନୁହେଁ କୁଜଙ୍ଗ ବ୍ଲକ କାଳିଆପାଟ ସ୍କୁଲ ନୁଆ ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବା ପରି ଅନେକ ଘଟଣା ଦୁର୍ନୀତିର ଜଳଜଳ ଉଦାହରଣ ସାଜିଛି। ସମଗ୍ର ଜିଲ୍ଲାରେ ଅନେକ ସମ୍ବେଦନଶୀଳ ସେଣ୍ଟର ଥିବା ବେଳେ ଜାଣିଶୁଣି ନିର୍ଦ୍ଧିଷ୍ଟ କେତେକ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇ ସୁପରିଟେଣ୍ଡେଡ୍‌ ମାନଙ୍କୁ କଥିତ କରିତକର୍ମା ଫୋନ ଯୋଗେ ଧମକଚମକ ଦେଉଥିବା ନାମ ଗୋପନ ସର୍ତରେ କେତେକ ସୂଚନା ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଣି ରବର ଷ୍ଟାମ୍ପ ସାଜି କରିତକର୍ମାଙ୍କ ସ୍ୱତନ୍ତ୍ର ନେଟୱାର୍କର ମୋହରା ସାଜିଥିବା ଜିଲ୍ଲାବ୍ୟାପୀ ଚର୍ଚ୍ଚା ହେଉଛି।ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ତେରବର୍ଷ ଧରି ବେଆଇନ ଭାବେ ଅଫିସର ବୋଲାଉଥିବା କରିତକର୍ମାଙ୍କ କଳାକାରନାମା ସମ୍ପର୍କରେ ଖୁବଶୀଘ୍ର ମୋ ସରକାର ଯୋଜନା ଫାଇଭ ଟି ପାଖରେ ଫେରାଦ ହେବାକୁ କେତେକ ବୁଦ୍ଧିଜୀବୀ ମାନେ କହିଥିବା ବେଳେ ମ୍ୟାଟ୍ରିକ ପରୀକ୍ଷା ପରିଳନାରେ ହୋଇଥିବା ଚଞ୍ଚକତା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

jagatsinghpura
Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଥ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

January 26, 2026

ଗଣତନ୍ତ୍ର ଦିବସ ପରେଡ: ଭାରତର କାହାଣୀକଥନ ପରମ୍ପରା ଏବଂ ୱେଭ୍‌ସ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରଦର୍ଶନ

January 26, 2026

ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହୋଇଥିବା ଅଭେଦ୍ୟ ସୁରକ୍ଷା ଉପକରଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 26, 2026

ଟି-୨୦ ବିଶ୍ୱକପ୍ ରେ ପାକିସ୍ତାନ ଖେଳିବ କି ନାହିଁ?: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିସିବି ମୁଖ୍ୟ

January 26, 2026
Latest News

ଚତୁର୍ଥ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

January 26, 2026

ଗଣତନ୍ତ୍ର ଦିବସ ପରେଡ: ଭାରତର କାହାଣୀକଥନ ପରମ୍ପରା ଏବଂ ୱେଭ୍‌ସ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରଦର୍ଶନ

January 26, 2026

ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହୋଇଥିବା ଅଭେଦ୍ୟ ସୁରକ୍ଷା ଉପକରଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 26, 2026

ଟି-୨୦ ବିଶ୍ୱକପ୍ ରେ ପାକିସ୍ତାନ ଖେଳିବ କି ନାହିଁ?: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିସିବି ମୁଖ୍ୟ

January 26, 2026

ଓଡିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ, କଂଗ୍ରେସ କଲା ସମର୍ଥନ, ଜାଣନ୍ତୁ କେବେ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.