Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢାଖୋଲ: ବିପର୍ଯ୍ୟସ୍ତ ଅବସ୍ଥାରେ ଗ୍ରାମାଞ୍ଚଳ ଡାକସେବା
ଆଜିର ଖବର

ରେଢାଖୋଲ: ବିପର୍ଯ୍ୟସ୍ତ ଅବସ୍ଥାରେ ଗ୍ରାମାଞ୍ଚଳ ଡାକସେବା

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: କେନ୍ଦ୍ରସରକାରଙ୍କ ଅଧିନରେ ଥିବା ଡାକ ବିଭାଗ ହେଉଛି ଏକ ବିଶ୍ବାସନୀୟ ସଂସ୍ଥା। ଲୋକମାନେ ଏହି ବିଭାଗ ଉପରେ ଭରସା ଓ ବିଶ୍ବାସ କରନ୍ତି। ଗ୍ରାମାଂଚଳରେ ଲୋକମାନଙ୍କ ପାଖକୁ ଚିଠି ପହଂଚାଇବାରେ ପୋଷ୍ଟମେନ୍ ଭୂମିକା ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ଏବେ ଗ୍ରାମାଂଚଳ ଡାକ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି। ଲୋକମାନେ ଏହାର ସୁବିଧା ପାଇବା ତ ଦୂରର କଥା, ଡାକଘର ଖୋଲା ରହୁଛି କି ନାହିଁ, ତାହା ଏବେ ଏକ ବଡ ପ୍ରଶ୍ନ ପାଲଟିଛି।

ରେଢାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକ୍ ଓ ରେଢାଖୋଲ ବ୍ଲକରେ ଥିବା ୨୮ ଟି ପଂଚାୟତରେ ଶାଖା ଡାକ ଘର ରହିଛି। ଏହି ଡାକ ଘରେ ଜଣେ ଜଣେ ପୋଷ୍ଟ ମାଷ୍ଟର ମଧ୍ୟ କାମ କରୁଛନ୍ତି। ଲୋକମାନଙ୍କ ପାଖରେ ଚିଠି ପହଂଚାଇବା ପାଇଁ ମଧ୍ୟ ପୋଷ୍ଟ ପିଅନ୍ କାମ କରନ୍ତି। କିନ୍ତୁ ପୋଷ୍ଟମାଷ୍ଟର ମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁ ଡାକ ଘର ଗୁଡିକ ଖୋଲା ରହୁନାହିଁ। ଆଗରୁ ନିଜ ଘରେ ଡାକ ଘର ଅଫିସ୍ ରହୁଥିଲା। ହେଲେ କିଛି ବର୍ଷ ହେଲା ପଂଚାୟତ ମାନଙ୍କରେ ଡାକ ଘର ଗୁଡିକ ଖୋଲି ଅଫିସ୍ କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର। ଯା ଫଳରେ ଗ୍ରାମପଂଚାୟତ କାର୍ଯାଳୟ ମାନଙ୍କରେ ଡାକ ଘର ଖୋଲିଲା। କିନ୍ତୁ ସଂପୃକ୍ତ ବିଭାଗର ଅଫିସର ମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ତଥା ଗ୍ରାମାଂଚଳ ପୋଷ୍ଟମାଷ୍ଟର ମାନଙ୍କଠାରୁ କିଛି କିଛି ହାତଗୁଞା ପାଇ ସଂପୃକ୍ତ ଅଫିସରମାନେ ଗ୍ରାମାଂଚଳ ଡାକ ଘର ନ ଖୋଲିଲେ ମଧ୍ୟ କିଛି କହୁ ନାହାନ୍ତି। ପୋଷ୍ଟ ମାଷ୍ଟର ମାନେ ନିଜ ନିଜ ବିଭିନ୍ନ ଠିକା କାମ ତଥା ବିଭିନ୍ନ ପ୍ରକାର ବେପାର କରୁଥିବାରୁ ନାକ୍ଟିଦେଉଳ ବ୍ଲକ୍ରେ  ଥିବା ଶାଖା ଡାକଘର ଗୁଡିକ ଖୋଲୁ ନାହାନ୍ତି। ବହୁ ଲୋକ ରେଢାଖୋଲ ଡାକ ଘରକୁ ଯାଇ ଚିଠି ତଥା ମନିଅର୍ଡର ତଥା ଟଙ୍କା ଏମ୍ .ଓ କରିବା ସହ ଟଙ୍କା ସଂଚୟ କରୁଛନ୍ତି। ଡାକ ଘର ସାମ୍ନାରେ ନାମକୁ ମାତ୍ର ବୋର୍ଡ ଲାଗିଛି। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଚିଠି ମଧ୍ୟ ଠିକ୍ ଭାବରେ ଲୋକମାନେ ପାଇବାରୁ ବଂଚିତ ହେଉଛନ୍ତି। ପୂର୍ବରୁ ଯେମିତି ରେଢାଖୋଲରୁ ଏଇ ଅଂଚଳକୁ ଯଥା ସମୟରେ ଡାକ ପହଂଚୁଥିଲା ଏବେ କିନ୍ତୁ ବହୁ ବିଳମ୍ବରେ ପହଂଚୁଛି। ସେହିପରି ଡାକ ଘରେ ରେଭେନ୍ୟୁ ଷ୍ଟାମ୍ପ, ଡାକ ଟିକଟ, ମନିଅର୍ଡର ଫର୍ମ ଆଦି ଉପଲବ୍ଧ ହେଉ ନାହିଁ।

ଗ୍ରାମାଂଚଳ ଡାକ ଘର ଗୁଡିକ ଠିକ୍ ସମୟରେ ଖୋଲି ଠିକ୍ ସମୟରେ ବନ୍ଦ କରିବାକୁ ଅଂଚଳବାସୀ ଦାବୀ କରୁଛନ୍ତି। ଯଦି ଏପରି ନହୁଏ, ତେବେ ଆଗାମୀ ସମୟରେ ଅଂଚଳବାସୀ ଏନେଇ କେନ୍ଦ୍ର ସରକାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଚେତାବନୀ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.