Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନର ଦୃଷ୍ଟି ଆଢୁଆଳରେ ରେଢାଖୋଲର ‘ଭୀମମଣ୍ଡଳୀ’ : ଇକୋଟୁରିଜିମ୍‌ ପାଇଁ ସରକାରଙ୍କ ଘୋଷଣା ପରେ ବି ହୋଇପାରୁନାହିଁ କାର୍ଯ୍ୟକାରୀ
ଆଜିର ଖବର

ପ୍ରଶାସନର ଦୃଷ୍ଟି ଆଢୁଆଳରେ ରେଢାଖୋଲର ‘ଭୀମମଣ୍ଡଳୀ’ : ଇକୋଟୁରିଜିମ୍‌ ପାଇଁ ସରକାରଙ୍କ ଘୋଷଣା ପରେ ବି ହୋଇପାରୁନାହିଁ କାର୍ଯ୍ୟକାରୀ

February 19, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

 କନ୍ଦର୍ପ ବେହେରା

 ରେଢାଖୋଲ: ଓଡିଶାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ସରକାରଙ୍କ ଉଦାସୀନତା ହେଉ ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବଯୋଗୁଁ  ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ଲୋକଲୋଚନକୁ ଆସିପାରୁନାହିଁ। ସରକାରଙ୍କର ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ଥିବା ଏହିସବୁ ପର୍ଯ୍ୟଟନ ପୀଠ ଗୁଡିକର ଉନ୍ନତି ହୋଇପାରୁନାହିଁ। ଠିକ୍ ସେମିତି ଏକ ପର୍ଯ୍ୟଟନ ସ୍ଥଳୀ ହେଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର  ଭୀମମଣ୍ଡଳୀ ନାମକ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନ ମାନଚିତ୍ରର ଅନ୍ତରାଳରେ ରହିଛି ଏହି ଅପରିଚିତ ଅନନ୍ୟପୀଠ ଭୀମମଣ୍ଡଳୀ। ଏ ସଂପର୍କରେ ସରକାରଙ୍କଠାରେ ଏ ଅଂଚଳର ଜନସାଧାରଣ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଇନାହିଁ। ଇକୋଟୁରିଜିମ୍ ପାଇଁ ମଧ୍ୟ ସରକାର ଘୋଷଣା କରିଥିଲେ ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବ୍‌ଡିଭିଜନ ନାକ୍ଟିଦେଉଳ ବ୍ଲକର ଘୋଷରାମାଳ ପାଖରେ ରହିଛି ଏହି ଭୀମମଣ୍ଡଳୀ ପୀଠଟି। ଘଂଚ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପରିବେଶ ମଧ୍ୟରେ ଦେଖିବାକୁ ମିଳିବ ଭୀମମଣ୍ଡଳୀ ନାମକ ପ୍ରସିଦ୍ଧ ସ୍ଥାନଟି ।

ବହିଯାଉଥିବା ଚମ୍ପାଳୀ ନଦୀର କୂଳରେ ହିଁ ରହିଛି ଏହି ପୀଠଟି। ଘୋଷରାମାଳ ଓ ବଡମାଳ ଅଂଚଳରୁ ବାହାରି ନାକ୍ଟିଦେଉଳ ପାଖରେ  ଥିବା ଟିକିରା ନଦୀରେ ମିଶିଛି ଏହି ନଦୀଟି । ନଦୀର କୁଳୁକୁଳୁ ଶବ୍ଦ ସତେ ଯେପରି ନୀରବତାକୁ ଭାଙ୍ଗି ଦେଉଛି । ଭୀମମଣ୍ଡଳୀର ଚତୁଃପାର୍ଶ୍ବ ଅରଣ୍ୟାଛାଦିତ।

ଭୀମମଣ୍ଡଳୀରେ ଥିବା ଘଂଚ ଜଙ୍ଗଲ ମଧ୍ୟରୁ ପଶୁପକ୍ଷୀ ଓ ଗଛଲତା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଛି। ଏହି ଜଙ୍ଗଲରେ ବହୁ ପ୍ରକାର ଓøଷଧୀୟ ବୃକ୍ଷ ମଧ୍ୟ ଦେଖାଯାଏ । ଏହା ବ୍ୟତିରେକ ଏଠାରେ ବହୁତ ମୂଲ୍ୟବାନ ଗଛ ଗୁଡିକ ଚୋରା ବେପାରୀମାନେ  ଆସି ନେଇଯାଉଥିବାରୁ ଜଙ୍ଗଲଟି ଧ୍ୱଂସ ପାଇବାକୁ ବସିଥିଲେ ମଧ୍ୟ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନେ ଚୋରାବେପାରିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅସୁଲ କରି ନୀରବଦ୍ରଷ୍ଟା ସାଜୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଭୀମମଣ୍ଡଳୀର ଚମ୍ପାଳି ନଦୀ ନିକଟରେ ବଡ ବଡ ଶିଳାଖଣ୍ଡମାନ ଦେଖିବାକୁ ମିଳେ। ଏହାଛଡା ବାଲୁକା ଶଯ୍ୟାମାନ ମଧ୍ୟ ରହିଛି।  ଭୀମମଣ୍ଡଳୀରେ ରାତ୍ର ସମୟରେ ଘଂଟ ,ଶଙ୍ଖ ଧ୍ୱନୀ ଶୁଣାଯାଏ ବୋଲି କେହି କେହି ମତ ଦିଅନ୍ତି । ବୈଜ୍ଞାନିକ ମାନଙ୍କ ମତରେ ଏଠାରେ ଥିବା ଅର୍ଦ୍ଧବୃତ୍ତାକାର ପର୍ବତରେ ପବନ ଘସି ହେବା ଦ୍ୱାରା ଏଭଳି ଧ୍ୱନୀ ଶୁଣାଯାଏ । ଏଠାରେ ଥିବା ବୃତ୍ତାକାର ପର୍ବତ କୁ ମାଇକ୍ରୋକ୍ଲାଇମେଟିକ ଜୋନ କୁହାଯାଏ ବୋଲି ଜଣା ଯାଏ । ଭୀମମଣ୍ଡଳୀ ଦେଇ ବହିଯାଉଥିବା ଚମ୍ପାଳି ନଦୀର ବାଲିରୁ ଝରାମାନେ ସୁନା ସଂଗ୍ରହ କରୁଥିଲେ। ଏବେ ବି ପେଣ୍ଠବାହାଳ, ଘୋଷରାମାଳ ଆଦି ଗ୍ରାମର ଲୋକମାନେ ଚମ୍ପାଳୀ ନଦୀର ବାଲିରୁ ସୁନା ସଂଗ୍ରହ କରିବାକୁ ଯାଆନ୍ତି।

ଭୀମମଣ୍ଡଳୀ ପାଖରେ ଥିବା ପେଣ୍ଠବାହାଳ ଗ୍ରାମପାଖରେ ଲୌହଗୁଣ୍ଡ ତଥା ପଥର ପଡିଥିବାର ଜଣା ଯାଏ। ଇତିହାସରୁ ଜଣା ଯାଏ ଯେ କନ୍ଧମାନଙ୍କ ଦ୍ୱାରା ଏହି ଅଂଚଳରୁ ଲୁହା ପଥର ସଂଗ୍ରହ କରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା ।  ରେଢାଖୋଲ ଇତିହାସରୁ ଯାହା ଜଣା ପଡେ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ ୧୯୬୦ ରେ ସୂଚିତ ଥିବା ଜଣା ଯାଏ। ଏହି ପୀଠପାଖରେ ବହୁ ଜଙ୍ଗଲୀ ଜୀବଙ୍କର ଆତଯାତ ଚାଲିଥାଏ । ସେଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଟିକିଏ ସତର୍କତା ରହିବା ଜରୁରୀ ମନେ ହୁଏ। ଭୀମମଣ୍ଡଳୀ ଏପରି ଏକ ସ୍ଥାନ ନ ଦେଖିଲେ ବିଶ୍ୱାସ କରି ହେବନି।

କିମ୍ବଦନ୍ତୀ କହେ, ପୂର୍ବେ ପବନପୁତ୍ର ଭୀମସେନ ଏଠାରେ ଥିବା ଚମ୍ପାଳି ନଦୀକୁ ନଗ୍ନ ଶରୀରରେ ବାନ୍ଧୁଥିଲେ। ଭୀମ ଘରକୁ ଯିବାରେ ବିଳମ୍ବ ହେବାରୁ ମାତା କୁନ୍ତୀର ମନରେ ଘୋର ଚିନ୍ତା ହେଲା। ସଙ୍ଗେ ସଙ୍ଗେ ପୁତ୍ରକୁ ଖୋଜିବା ଉଦ୍ଦେଶ୍ୟରେ ସେ ବାହାରିପଡିଲେ। କୁନ୍ତୀ ଯେତେବେଳେ ଭୀମ..ଭୀମ.. ବୋଲି ଡାକଛାଡି ପହଂଚିଗଲେ ଠିକ୍ ସେତିକିବେଳେ ଭୀମ ଦେହରେ କୌଣସି ବସ୍ତ୍ର  ପିନ୍ଧି ନ ଥାନ୍ତି। ଭୀମ  ମାତାଙ୍କର ଡାକ ଶୁଣି ପାରି ଲଜ୍ଜାନିବାରଣ ପାଇଁ ନିକଟରେ ଥିବା ଗୁମ୍ଫା ପାଖକୁ ଦୌଡି ଦୌଡି ଯାଇ ପଶିଗଲେ। ଯେଉଁ ଗୁମ୍ଫାଠାରେ ସେ ଆଣ୍ଠେଇ ପଶିଥିଲେ ସେଇ ଗୁମ୍ଫାରେ ଆଣ୍ଠୁ ଚିହ୍ନ ରହିଛି । ମା କୁନ୍ତି ଧରିଥିବା କୁଣ୍ଡାପିଠା ଖଣ୍ଡକୁ ଚମ୍ପାଳୀ ନଦୀରେ ପକାଇ  ଦେଇଥିଲେ।  ଯେଉଁ କୁଣ୍ଡାପିଠାଟି ମା କୁନ୍ତୀ ପକାଇଥିଲେ ତାହା କ୍ରମେ ଛୋଟ ପଥରରେ ପରିଣତ ହୋଇ କ୍ରମଶଃ ଏହା ବିରାଟ ପଥର ହୋଇଯାଇଛି। ସେଇ ପଥରଟି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ବୋଲି ଜନଶୃତିରୁ ଯାହା ଜଣାପଡେ। ଭୀମ ଯେଉଁ ଗୁମ୍ଫାରେ ପଶିଥିଲେ ସେହି ଗୁମ୍ଫା ଭିତରେ ଛୋଟ ଛୋଟ କୋଠରୀ ହୋଇଯାଇଛି । ଗୁମ୍ଫାଟି କାହିଁ କେତେ ଦୂର  ପର୍ଯ୍ୟନ୍ତ ଲମ୍ବି ଯାଇଛି ଯେ ତାର ଠିକ୍ ଠିକଣା ନାହିଁ । ଲୋକମାନଂକ ମତରେ ଏହି ଗୁମ୍ଫା ଅନୁଗୋଳ ଜିଲ୍ଲାର କୌଣସି ଗ୍ରାମରେ ବାହାରିଛି। ଆଉ କେହି କେହି ମତ ଦିଅନ୍ତି ଯେ , ଏହି ଗୁମ୍ଫା  ରାଇଲ ପର୍ଯ୍ୟନ୍ତ ବିସ୍ତୃତ।  ଗୁମ୍ଫା ଭିତରେ କେତୋଟି ପ୍ରକୋଷ୍ଠ  ରହିଛି ତାହାର ମଧ୍ୟ ସଠିକ୍ ତଥ୍ୟ ମିଳେ ନାହିଁ । କେବଳ ଗୁମ୍ଫାଟି ଅନ୍ଧାରରେ ପରିପୂର୍ଣ୍ଣ।

ଭୀମମଣ୍ଡଳୀ ନିକଟରେ ଉଷାକୋଠୀ  ନାମକ ସ୍ଥାନଟିଏ ରହିଛି। ଏହା ଏକ ବରଗଛ ମୂଳରେ ଅବସ୍ଥିତ। ଏଠାରେ ଲୋକମାନେ ପୂଜା କର୍ମ କରନ୍ତି। ଏଠାରେ ଯୁଧିଷ୍ଠିରଂକ ସଭାମଣ୍ଡପ ମଧ୍ୟ ରହିଛି । ସ୍ନାନମଣ୍ଡପରେ ମୁନି ଋଷିମାନେ ସ୍ନାନ କରୁଥିବାର ଜଣାଯାଏ । ଯଦ୍ଦାରା  ଏହାର ରଙ୍ଗହଳଦିଆ ହୋଇଛି। ତେଣୁ ଏହାର ନାମ ହଳଦୀଘାଟ। ଭୀ଼ମଣ୍ଡଳୀର ଏକ ଗୁମ୍ଫା ନିକଟରେ ଅନେକ ଚିତ୍ର ଦେଖିବାକୁ ମିଳେ ଏବଂ ପ୍ରସ୍ତର କାନ୍ଥରେ ଶିଳାଲିପି ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଐତିହାସିକ ଡଃ ସଦାଶିବ ପ୍ରଧାନ  ଏଠାକୁ ବହୁବର୍ଷ ତଳେ ଆସି ଶିଳାଲିପି  ଚିହ୍ନଟ କରିଥିଲେ। ଏହି ଶିଳାଲେଖର ଭାଷା ଆଦୌ ଜାଣି ହେଉନାହିଁ । ପ୍ରତ୍ନତାତ୍ୱିକ ବିଭାଗ ଦୃଷ୍ଟିଦେଲେ ଏ ସଂପର୍କରେ ଅନେକ ତଥ୍ୟ ମିଳି ପାରିବ ।

ଭୀମମଣ୍ଡଳୀ ନିକଟରେ ଥିବା ପ୍ରସ୍ତର କାନ୍ଥରେ ଶିଳାଲିପି ମଧ୍ୟ ରହିଛି।  ଭୀମ ମଣ୍ଡଳୀ ଠାରେ ଥିବା ଗୁମ୍ଫା କେତେଦୂର ପର୍ଯ୍ୟନ୍ତ ଲମ୍ବିଛି  ତାହା କହି ହେଉ ନାହିଁ। ଲୋକମାନଂକ ବିଶ୍ୱାସ ଯେ ଏହି ଗୁମ୍ଫା ଅନୁଗୋଳ ଜିଲ୍ଲାର କୌଣସି ଏକ ସ୍ଥାନରେ ବାହାରିଛି ଆଉ କେହି କେହି କୁହନ୍ତି ଏହା ରାଇଲ ପର୍ଯ୍ୟନ୍ତ ଲମ୍ବିଛି। ଅନ୍ଧକାର ଗୁମ୍ଫା ମଧ୍ୟରେ ଭିତରକୁ ଯାଇ ହେଉନାହିଁ । ଗୁମ୍ଫା ଭିତରକୁ ପଶିବାକୁ ହେଲେ ଅମ୍ଳଜାନର ଆବଶ୍ୟକତା ରହିଛି। ଭୀମମଣ୍ଡଳୀ ନିକଟରେ ଆଉ ଏକ ଦର୍ଶନୀୟ ସ୍ଥାନ ହେଲା ଗୁପ୍ତେଶ୍ୱର। ଗୁପ୍ତେଶ୍ୱର ନିକଟରେ ମଧ୍ୟ ଗୁମ୍ଫା ରହିଛି। ଏହି ଗୁମ୍ଫା ଭିତରକୁ ପ୍ରାୟ ୨୦ ରୁ ୨୫ ଫୁଟ ଯାଏ ପଶି ହେଉଛି। ଗୁପ୍ତେଶ୍ୱର ର ଗୁମ୍ଫା ଭିତରେ ଶିବ ଲିଙ୍ଗ ରହିଛି। ଲୋକମନେ ବିଶ୍ୱାସ କରନ୍ତି ଯେ,  କୌଣସି ଭକ୍ତ ମାନସିକ ପୁରଣ ପାଇଁ ସକାଳୁ ସକାଳୁ  କାହାରି ମୁହଁ ନ ଚାହିଁ ଗୁପ୍ତେଶ୍ୱର ମହାଦେବଙ୍କ ଶରଣ ନେଲେ ତିନି ଦିନ ମଧ୍ୟରେ  ମନସ୍କାମନା ପୂରଣ ହୋଇଯାଏ। ଶୁଣିବାକୁ ମିଳେ ଶିମିଳିପାଳ ,ପେଣ୍ଠବାହାଳ ଘୋଷରାମାଳ ,ରାଇଲ ,କମଳାନାଳୀ,ପଥୁରିଆ , ଶିହିଳିଆ ଲୋସରା  କାଦୋବାହାଳି, ସରଧାପୁର ଆଦି ବହୁ ଗ୍ରାମରୁ ଭକ୍ତମାନେ ଆସି ଅଧିଆ ପଡନ୍ତି। ଭୀମ ମଣ୍ଡଳୀ ଠାରେ ଥିବା ଗୁମ୍ଫା ଗୁଡିକରେ ଲାଲ୍ ରଙ୍ଗ ଦ୍ୱାରା ଚିତ୍ରିତ ଅନେକ ପଶୁପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳେ। ଭୀମ ମଣ୍ଡଳୀ ଠାରେ  ଥିବା ପଥର ଗୁମ୍ପା ଗୁଡିକରେ ଅନେକ ଗୁଡିଏ ବ୍ରାହ୍ମୀଲିପି ଅଛି ,ଯଥା-ପା,ଲା, ପା, ଇତ୍ୟାଦି .. ଇତ୍ୟାଦି।

ଯଦି କୌଣସି ଗ୍ରାମରେ ବର୍ଷା ହୁଏ ନାହିଁ ଉତ୍କଟ ମରୁଡିର ସମ୍ଭାବନା ଥାଏ  ସେଇ ଗ୍ରାମରେ ମହିଳାମାନେ ପାଣି କଳସି ଧରି ଗୁପ୍ତେଶ୍ୱର ଆସିଥାନ୍ତି। ହୁଳହୁଳି ଏବଂ ଶଙ୍ଖଧ୍ୱନୀ ମଧ୍ୟରେ ପୂଜାର୍ଚ୍ଚନା କରି ନାରୀମାନେ  ନଗ୍ନ ଶରୀରରେ ନୃତ୍ୟ କଲେ ବର୍ଷା ହୋଇଥାଏ। ଏହା ମଧ୍ୟ ଲୋକମାନଙ୍କର ବିଶ୍ୱାସ ରହିଛି।  ଗୁପ୍ତେଶ୍ୱର ନିକଟରେ ଏକ ଛୋଟିଆ ଜଳପ୍ରପାତ ରହିଛି । ପୂର୍ବେ ଏହି ଜଳପ୍ରପାତଟିରୁ ଅହର୍ନିଶ ଜଳ ଝରୁଥିଲା କିନ୍ତୁ ଏବେ ଗ୍ରୀଷ୍ମଋତୁରେ ସେଠାରୁ ପାଣି ଝରୁ ନଥିବା  ଜଣା ଯାଏ।  ପ୍ରତିବର୍ଷ ବୈଷାଖ ମାସ ଅଷ୍ଟମୀ ତିଥିରେ ତିନିଦିନ ଧରି ଭୀମମଣ୍ଡଳୀରେ  ୧୯୯୩ ମସିହା ଠାରୁ ଏକ ବିରାଟ ନାମଯଜ୍ଞ ହେଉଛି। ଭୀମମଣ୍ଡଳୀ ଯେ କୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଏକ ସ୍ଥାନ ଅଥଚ ପର୍ଯ୍ୟଟନ ବିଭାଗର ଅଲଖ୍ୟରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଟି ଅବହେଳିତ ହୋଇ ପଡିରହିଛି। ଏଠାରେ ଏକ ମିନି ଚିଡିଆଖାନା କଲେ ସ୍ଥାନର ଗୁରୁତ୍ୱ ବଢନ୍ତା ବୋଲି ଲୋକମାନେ ଦାବି କରୁଛନ୍ତି । ଏମିତି ଅନେକ ସ୍ଥାନ ଭୀମମଣ୍ଡଳୀ ଠାରେ ରହିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତତ୍କାଳିନ ଜିଲ୍ଲାପାଳ ତୁହିନିକାନ୍ତ ପାଣ୍ଡେ ପର୍ଯ୍ୟଟକମାନଙ୍କ ବିଶ୍ରାମ ପାଇଁ ଏଠାରେ ୧ ଲକ୍ଷ ଟଙ୍କା ବ୍ୟୟରେ  ଏକ ବିଶ୍ରାମାଗାର ନିର୍ମାଣ କରାଇଥିଲେ । ଭୀମମଣ୍ଡଳୀକୁ ରାଜ୍ୟ ସରକାର ଇକୋଟୁରିଜିମ୍ ଭାବରେ ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଭୀମମଣ୍ଡଳୀକୁ ସବୁଦିନିଆ ରାସ୍ତା ନ ଥିବାରୁ ସେଠାକୁ ବର୍ଷାଦିନେ ଯିବା କଷ୍ଟକର ହୋଇପଡୁଛି। ଭୀମମଣ୍ଡଳୀ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଭଲ ରାସ୍ତାଟିଏ ନ ଥିବାରୁ ପର୍ଯ୍ୟଟକ ମାନେ ଯିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ ଭାବରେ ସଂରକ୍ଷିତ ଜଙ୍ଗଲ ରାସ୍ତା ତିଆରିରେ ବାଧକ ସାଜିଛି। ସରକାର ତଥା ପର୍ଯ୍ୟଟନ ବିଭାଗ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ଦିଗରେ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025
Latest News

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.