Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ପ୍ରତି ବିମୁଖ : ସାଥ୍‌ ଛାଡ଼ିବେ ଆପ୍‌ନା ଦଲ୍‌ ଏସବିଏସପି
ଆଜିର ଖବର

ବିଜେପି ପ୍ରତି ବିମୁଖ : ସାଥ୍‌ ଛାଡ଼ିବେ ଆପ୍‌ନା ଦଲ୍‌ ଏସବିଏସପି

February 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ବିଜେପିକୁ ଝଟ୍‌କା ଲାଗିଛି । ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆପନା ଦଲ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ବିଜେପି ହାତ ଛାଡ଼ିବା ନେଇ ଆଶଙ୍କା ଉପୁଜିଛି । ଏହି ପରିପ୍ରେକ୍ଷୀରେ ଆପ୍‌ନା ଦଲର ସଂରକ୍ଷକ ଅନୁପ୍ରିୟା ପଟେଲ୍‌ ଏବଂ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି । ତେବେ ଆପନା ଦଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିବାର ସୂଚନା ମିଳିଛି । ଉତ୍ତରପ୍ରଦେଶରେ ବିଜେପି ଆପନା ଦଲକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଅନୁପ୍ରିୟା । ଏହାକୁ ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ସେହିପରି ଏସ୍‌ବିଏସପିର ମୁଖ୍ୟ ଓମ୍‌ପ୍ରକାର ରାଜଭର ମଧ୍ୟ ରାଜ୍ୟରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଲାଗି ସମ୍ପର୍କ କରିଥିବା ଜଣାପଡିଛି । ରାଜଭର  ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଲାଗି ଗଠିତ ସାମାଜିକ ନ୍ୟାୟ ସମିତିର ରିପୋର୍ଟରେ ହୋଇଥିବା ସୁପାରିସ୍‌କୁ ଲାଗୁ କରିବାକୁ ଦାବି କରିଥିଲେ, ମାତ୍ର ରାଜ୍ୟ ସରକାରଙ୍କ ପ୍ରତ୍ୟାଖାନ ଯୋଗୁଁ ସେ ବିଜେପି ବିମୁଖ ହୋଇପଡିଛନ୍ତି । ଆଉ ହାତରେ ଦୁଇ ମାସର ସମୟ ଥିବାବେଳେ ବିଜେପି ପ୍ରତି ଅନ୍ୟାନ୍ୟ ସହଯୋଗୀ ଦଳ ମାନେ ବିମୁଖ ହେବା କିଛି ଶୁଭ ଲକ୍ଷଣ ଦେଖାଉନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Latest News

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.