ମରିଗଲା ମାନବିକତା, ମରିଗଲେ ଯୁବକ: ଉଦ୍ଧାର ନ କରି ମୋବାଇଲ୍‌ ଶୁଟିଂରେ ବ୍ୟସ୍ତ ରହିଲେ ଲୋକେ

Published: Feb 19, 2020, 12:18 pm IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଜଣେ ଯୁବକ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବାବେଳେ  ସେଠାରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର ନ କରି ଶୁଟିଂରେ ବ୍ୟସ୍ତ ରହି ଅମାନବିକତାର ପରିଚୟ ଦେଇଛନ୍ତି। ଆଜିର ସମୟରେ ମୋବାଇଲ୍‌ରେ ଭିଡିଓ ସୁଟିଂ କରିବାକୁ ଏକ ଫ୍ୟାଶନ୍‌ ଭାବେ ଗ୍ରହଣ କରିଥିବା ଏହି ଲୋକମାନଙ୍କ ପାଖରେ ମାନବିକତା ପୂରାପୂରି ମରି ସାରିଲାଣି। ଏହିପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକଠାରେ।

ଭଦ୍ରକ ୧୬ ନମ୍ବର ଏନ୍‌ଏଚ୍‌ ସାହାପୁର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ  ଜଣେ ଯୁବକ ଗଭୀର ଆହତ ହୋଇ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିବା ସତ୍ତ୍ବେ ଯୁବକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମୋବାଇଲ୍‌ରେ ଫଟୋ ଓ  ଶୁଟିଂରେ କରିବାରେ ବ୍ୟସ୍ତ ରହି ନିଜ ଅମାନବିକତାର ପ୍ରମାଣ ଦେଇଛନ୍ତି କିଛି ଲୋକେ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ୧୬ ନମ୍ବର ଏନଏଚ୍‌ ସାହାପୁରଠାରେ ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା ଟ୍ରକ। ଏହି ଧକ୍କାରେ ଜଣେ ଛିଟିକି ପଡିଥିବାବେଳେ ଅନ୍ୟ ଜଣଙ୍କ ଅଣ୍ଟାରେ ଚଢିଯାଇଥିଲା ଟ୍ରକ। ଅଣ୍ଟାରେ ଚଢି ଯାଇଥିବା ଯୁବକ ଜଣକ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି  ଉପସ୍ଥିତ ଥିବା ଲୋକେ ଉଦ୍ଧାର ନ କରି ମୋବାଇଲ୍‌ ସୁଟିଂରେ ବ୍ୟସ୍ତ ଥିଲେ। ଗୁରୁତର ଯୁବକଙ୍କୁ ଉଦ୍ଧାର ନ କରି ମୋବାଇଲ୍‌ରେ ସୁଟିଂରେ ବ୍ୟସ୍ତ ରହିଥିଲେ ଲୋକେ। ମେଡ଼ିକାଲ ଯିବାରେ ବିଳମ୍ବ ହେତୁ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ମେଡ଼ିକାଲ ନେଇଥିଲା। କିନ୍ତୁ ମେଡ଼ିକାଲ ଯିବାରେ ବିଳମ୍ବ ହେତୁ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମେଡ଼ିକାଲରେ ପହଞ୍ଚିବା ବେଳକୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ସରକାରଙ୍କ  ତରଫରୁ ପୁରସ୍କାର ରାଶି ମିଳିବା ସହିତ ସେମାନଙ୍କୁ କୌଣସି ପ୍ରକାରର ଆଇନ ଜାଲର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଉପସ୍ଥିତ ଲୋକମାନଙ୍କର ଏପରି ସ୍ବାର୍ଥପର ମନୋଭାବକୁ ସତରେ ଅମାନବୀୟ ।

Related posts