ଦେଢବର୍ଷର ଶିଶୁକୁ ହତ୍ୟା କଲା ମା’

Published: Feb 19, 2020, 1:17 pm IST

କେରଳ : କେରଳ କୁନ୍ନୁର ଅଞ୍ଚଳରେ ଏକ ଚକିତ କଲା ପରି ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟା ମହିଳା ଜଣକ ନିଜର ଦେଢ ବର୍ଷର ଶିଶୁ ପୁତ୍ରକୁ ଚଟାଣରେ ଫୋପାଡି ହତ୍ୟା କରିଛନ୍ତି। ଶିଶୁ ପୁ୍ତ୍ରର ଶବକୁ ସମୁଦ୍ର ତଟ ପାଖରେ ଥିବା ଚଟାଣରୁ ଜବତ କରାଯିବା ସହ ମହିଳାଙ୍କୁ ଗିରଫ କରାଯାଇଛି ।  ମହିଳା ଓ ତାଙ୍କ ସ୍ବାମୀଙ୍କର ସମ୍ପର୍କ ଖରାପ ରହିଥିବାବେଳେ ରାଗରେ ମହିଳା ଜଣକ ଏପରି କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ରହିଛି । ଦୁହିଁଙ୍କ ମଧ୍ୟରେ ରହିଥିବା ଖରାପ ସମ୍ପର୍କ ଫଳରେ ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଛି। ପୋଲିସ୍‌ ସୂଚନା ଅନୁସାରେ ମହିଳା ଜଣକ ଶିଶୁଟିକୁ ନେଇ ସମୁଦ୍ର ତଟ ପାଖରେ ଥିବା ଏକ ଚଟାଣରେ ଶିଶୁଟିକୁ ଫୋପାଡି ଦେଇଥିଲେ । ଶିଶୁଟି ଯେତେବେଳେ କ୍ରନ୍ଦନ ଆରମ୍ଭ କଲା ମହିଳା ଜଣକ ଶିଶୁଟିର ମୁଣ୍‌ଡକୁ ଚଟାଣରେ ପିଟି ଦେଇ ମାରିଦେଇଥିଲେ। ପୋଷ୍ଟମର୍ଟମରୁ ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା। ଶିଶୁ ହତ୍ୟାକାରୀ ମା’କୁ ପୋଲିସ୍‌ ଗିରଫ କରିଛି । (ଏଜେନ୍ସି)

Related posts