Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ପ୍ରସଙ୍ଗ : ଏହାକୁ ଖଣ୍ଡନ କଲେ ବୋର୍ଡ ସଭାପତି
ଆଜିର ଖବର

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ପ୍ରସଙ୍ଗ : ଏହାକୁ ଖଣ୍ଡନ କଲେ ବୋର୍ଡ ସଭାପତି

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଣୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାର ସୂଚନା ମିଳିଛି । ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସମ୍ବେଦନଶୀଳ ସେଣ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ଅଧୀନରେ ରହିଛି । ସୂଚନାଯୋଗ୍ୟ, ଆଜି ପ୍ରଥମ ଦିନ ଥିବା ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ରର ପରୀକ୍ଷା ଥିବାବେଳେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାର ଅଭିଯୋଗ ହୋଇଛି । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତେବେ ଏହା କେଉଁ ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହୋଇଛି ତାହା ଜଣାପଡ଼ିନାହିଁ। ପ୍ରଶ୍ନପତ୍ର ଭାଇରାଲ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏ ବିଷୟରେ ଖବର ମିଳିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଯିଏ ସମ୍ପୃକ୍ତ ଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ପ୍ରଶ୍ନପତ୍ର ଭାଇରାଲ୍‌ ହୋଇନି । ପରୀକ୍ଷା ସରିବା ପରେ ଏହା ଘୂରି ବୁଲିଛି ବୋଲି କହିଛନ୍ତି ବୋର୍ଡ ସଭାପତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ବଙ୍ଗଳା ଆମର ସଂସ୍କୃତି, ଆରବ ନୁହେଁ”: ତସଲିମାଙ୍କ ବୟାନ ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା

September 30, 2025

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ବିରୋଧରେ ତଦନ୍ତ ଜୋରଦାର, ଛଅଟି ସ୍ଥାନରେ ଚଢାଉ କଲା ଇଡି 

September 30, 2025

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025
Latest News

“ବଙ୍ଗଳା ଆମର ସଂସ୍କୃତି, ଆରବ ନୁହେଁ”: ତସଲିମାଙ୍କ ବୟାନ ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା

September 30, 2025

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ବିରୋଧରେ ତଦନ୍ତ ଜୋରଦାର, ଛଅଟି ସ୍ଥାନରେ ଚଢାଉ କଲା ଇଡି 

September 30, 2025

ରାଜ୍ୟ ମାନ୍ୟତା ପାଇଁ ବିଜେପି ସହ ହାତ ମିଶାଇବେ କି?: ସ୍ପଷ୍ଟ କଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

September 30, 2025

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.