ସରକାରୀ ବିଦ୍ୟାଳୟର ସ୍ଥିତି ନେଇ ଉତ୍ତର ରଖିଲେ ସମୀର ଦାଶ : 90 ଟି  ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀ ଗୃହ ନାହିଁ

Published: Feb 19, 2020, 1:50 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସରକାରୀ ବିଦ୍ୟାଳୟର ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର 90ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ ସମୀର ଦାଶ  ଉତ୍ତର ଦେଇଛନ୍ତି । 115ଟି ସ୍କୁଲର ନିଜସ୍ବ ଗୃହ ନଥିବାବେଳେ 315ଟି ସ୍କୁଲରେ 10ରୁ କମ୍‌ ପିଲା ପଢୁଥିବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେହିପରି 1048ଟି ସ୍କୁଲରେ କମ୍ପ୍ୟୁଟର ନାହିଁ, 28ଟି ବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ବି ବିଦ୍ୟୁତ ନାହିଁ ବୋଲି ସୂଚନା ଦେଇଛନ୍ତି ଗଣିଶକ୍ଷା ମନ୍ତ୍ରୀ। ସେହିପରି ୨୬୧୦ଟି ପ୍ରାଥମିକ ବିଦ୍ୟାଳୟରେ ପାଠାଗାରା ନାହିଁ। ୪୭୦ଟି ସ୍କୁଲରେ ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ।

Related posts