ପାଞ୍ଚ ଦଫା ଦାବି ନେଇ ଲୋୟର ପିଏମଜିଠାରେ ଓଡ଼ିଶା ସମବାୟ କର୍ମଚାରୀ ମହସଂଘଙ୍କ ବିକ୍ଷୋଭ

Published: Feb 19, 2020, 2:03 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ପାଞ୍ଚ ଦଫା ଦାବି ନେଇ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ତରଫରୁ ଲୋୟର ପିଏମଜିଠାରେ ଗଣଧାରଣା କରିଛନ୍ତି। ଓଡ଼ିଶା ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲାମ୍ପସ୍‌ କର୍ମଚାରୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ନେଇ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ କରିବା ସହିତ ପ୍ରତିବାଦ ସଭା କରିଛନ୍ତି।

ଓଡ଼ିଶାର ପ୍ରାଥମିକ ସମବାୟ ସମିତି ଓ ଲାମ୍ପସ୍‌ଗୁଡ଼ିକ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୂରୂପେ ସମ୍ପାଦନ କରୁଥିବାରୁ ସମସ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବାକୁ ଦାବି କରାଯାଇଥିବାବେଳେ ୨୦୦୫ ମସିହାଠାରୁ ୨୦୧୯ ମସିହା ମଧ୍ୟରେ ଓଡ଼ିଶା ସରକାର ସମବାୟ ବିଭାଗ ଦ୍ବାରା ପ୍ରକାଶିତ ସମସ୍ତ ଆଦେଶକୁ ପାଳନ ଓ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଛନ୍ତି ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ  ସେହିପରି ୭ମ ବେତନ କମିଶନଙ୍କ ସୁପାରିଶ୍‌ ପ୍ରକାରେ ସମସ୍ତ ବର୍ଗର କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯିବା ଓ ସମବାୟ ତ୍ରିସ୍ତରୀୟ ବ୍ୟବସ୍ଥାର ଉଚ୍ଛେଦ କରାଯିବା ନେଇ ମଧ୍ୟ ଦାବି କରାଯାଇଛି। ସମବାୟ ସମିତି ଓ ଲାମ୍ପସ୍‌ରେ କାର୍ଯ୍ୟରତ ଡିଇଓ କର୍ମଚାରୀମାନଙ୍କ ନିମେନ୍ତ ଚାକିରି ସର୍ତ୍ତାବଳୀରେ ପଦବୀ ସୃଷ୍ଟି କରାଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ଦରମା ନିର୍ଦ୍ଧାରଣ କରାଯିବା ସହ ସମସ୍ତ ବର୍ଗର କର୍ମଚାରୀମାନଙ୍କ ନିମେନ୍ତ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି।

Related posts