ପୁଲୱାମା ଆକ୍ରମଣକୁ କଡ଼ା ନିନ୍ଦା, ଆତଙ୍କବାଦର ମୂଳପୋଛ ପାଇଁ ସଂକଳ୍ପ ନେଲେ ଜାତିସଂଘ ସୁରକ୍ଷା ପରିଷଦ

Published: Feb 22, 2019, 5:20 pm IST

ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ରହିଥିବା କଥା କହିଛନ୍ତି। ଏଥିସହ ଭାରତକୁ ଆତଙ୍କବାଦ ବିରୋଧରେ ବଦଲା ନେବାକୁ ଜାତିସଂଘ ସୁରକ୍ଷା ପରିଷଦ ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ସବୁଠୁ ଉଲ୍ଲେଖନୀୟ ବିଷୟ ଯେ, ଜାତିସଂଘର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ପରମ ବନ୍ଧୁ ଚୀନ୍‌ ମଧ୍ୟ ପୁଲୱାମା ଆକ୍ରମଣକୁ ନିନ୍ଦା ପ୍ରସ୍ତାବରେ ଦସ୍ତଖତ କରି ଭାରତକୁ ସମର୍ଥନ କରିଛି। ଏହା ପରେ ଜାତିସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ଭାରତ ସରକାରଙ୍କ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ।  ସୁରକ୍ଷା ପରିଷଦ ଏହି ଘଟଣାର ଅପରାଧି,ଷଡଯନ୍ତ୍ରକାରୀ ଏବଂ ତାଙ୍କୁ ଆର୍ଥୀକ ସମ୍ବଳ ଯୋଗାଉଥିବା ବ୍ୟକ୍ତିସମୂହକୁ କଡାନିନ୍ଦା କରିବା ସହ ସହିଦ୍ ମାନଙ୍କୁ ତୁରନ୍ତ ନ୍ୟାୟ ମିଳିବା କଥା ମଧ୍ୟ କହିଛନ୍ତି ।

Related posts