ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶ୍ବର : ଗୁରୁତର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ସୂଚନା ମିଳିଛି। ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୁଅର ଗିରଫଦାରୀକୁ ବିରୋଧ କରି ବ୍ରହ୍ମପୁର ଏସ୍ପି ଅଫିସ୍ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମିନାକ୍ଷୀ। ମିନାକ୍ଷୀଙ୍କ ଶରୀରର 95 ପ୍ରତିଶତ ପୋଡ଼ି ଯାଇଥିଲା। ଗତ 14ରେ ଏସ୍ସିବିରୁ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଥିଲେ।
ମିନାକ୍ଷୀଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର୍ କାଉନ୍ସିଲ୍ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ପାର୍କିଂକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବାବେଳେ ଏହି ଘଟଣାରେ ପୋଲିସ୍ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜା ମିଶ୍ରଙ୍କୁ ପୋଲିସ୍ ଗିରଫ କରିଥିଲା। ପୁଅକୁ ମୁକୁଳାଇବାକୁ ମିନାକ୍ଷୀ ଚେଷ୍ଟା ଜାରି କରିଥିବାବେଳେ ଏସ୍ପି ତାଙ୍କୁ ଭେଟିନଥିଲେ। ପାର୍କିଂକୁ ନେଇ ଅନ୍ୟଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିବା ପୁଅକୁ କାହିଁକି ପୋଲିସ ଗିରଫ କରିଛି ତା’ର ପ୍ରତିବାଦରେ ମିନାକ୍ଷୀ ଦେହରେ ନିଆଁ ଲଗାଇଦେଇଥିଲେ। ପୂର୍ବରୁ ଏନେଇ ପ୍ରେସ୍ମିଟ୍ କରି ନ୍ୟାୟ ନ ମିଳିଲେ ଆତ୍ମହୂତି କରିବାକୁ ଚେତାବନୀ ଦେଇଥିଲେ ମିନାକ୍ଷୀ।