Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁନା ଭାଇ ଏମ୍‌ବିବିଏସ୍‌ର କାହାଣୀ କହୁଛି ବ୍ରହ୍ମପୁର ଏମ୍‌କେସିଜିର ସ୍ୱାସ୍ଥ୍ୟସେବା..!
ଆଜିର ଖବର

ମୁନା ଭାଇ ଏମ୍‌ବିବିଏସ୍‌ର କାହାଣୀ କହୁଛି ବ୍ରହ୍ମପୁର ଏମ୍‌କେସିଜିର ସ୍ୱାସ୍ଥ୍ୟସେବା..!

February 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଏକ ଗୌରବମୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅବ୍ୟବସ୍ଥା ଦିନକୁ ଦିନ ରସାତଳ ହେବାକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଡ଼ାକ୍ତରଙ୍କ ଅଭାବ ସଂପୂର୍ଣ୍ଣ ମଣିଷକୃତ ଏକ ପ୍ରକାର ଧରିନେବାକୁ ହେବ। ଏଠାରେ କୌଣସି ଡ଼ାକ୍ତର ବିଭିନ୍ନ ବିଭାଗରେ ତିଷ୍ଠି ନ ରହିବା ସରକାରଙ୍କ ଦୁର୍ବଳ ନୀତିକୁ ଇସାରା କରୁଥିବାବେଳେ ମୋ ସରକାର ନାରାଟି କେବଳଂ ଧର୍ମକୁ ଆଖିଠାର।

ଗତକାଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାରୁ କିଛି ବିଭାଗ ଡ଼ାକ୍ତର ଶୂନ୍ୟ ଏବଂ ଆଉ କିଛି ବିଭାଗରେ ଦକ୍ଷ ଡ଼ାକ୍ତର ଶୂନ୍ୟ। ଏକକାଳୀନ ବିଭିନ୍ନ ବିଭାଗକୁ ପାଞ୍ଚଜଣ ଡ଼ାକ୍ତରଙ୍କ ବଦଳିକୁ ନେଇ ଆଲୋଡ଼ନା ସୃଷ୍ଟି କରିବା ସହ କ’ଣ ପାଇଁ ଏପରି ପ୍ରତି ଛଅମାସ ଅନ୍ତରାଳରେ ଡ଼ାକ୍ତରଙ୍କୁ ବଦଳି କରାଯାଉଛି ଏହା ମଧ୍ୟ ପ୍ରଶ୍ନ । ଡ଼ାକ୍ତର ସଂଘମିତ୍ରା ପାଢ଼ୀ, ଡା. ଗୀତାଞ୍ଜଳି ବେହେରା, ଡା. ପ୍ରଦୀପ ବେହେରା, ଶିବନାରାୟଣ ଜାଲି, ଡା ସନ୍ତୋଷ ସେଠୀ ପ୍ରମୁଖଙ୍କୁ ଅନ୍ୟତ୍ର ବଦଳି ହେବା ପରେ ଏଠାରେ ଏଇବିଭାଗ କିପରି ପରିଚାଳନା ହେବ ଏହା ସଂଦେହ ବଢ଼ାଇଛି । ଆଉ କିଛି ମାସ ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ଡା. ଭାରତୀ ମିଶ୍ର, ଡା. ସନ୍ତୋଷ ବେହେରା ଅବସର ନେଲା ପରେ ଖାଲି ହୋଇଯିବ ଏହି ବିଭାଗ । ଦୈନିକ ୯୦୦ରୁ ଉର୍ଦ୍ଧ୍ୱ ପ୍ରସୂତିଙ୍କ ଭାଗ୍ୟ ସହର ଡ଼ାକ୍ତରଙ୍କ କର୍ତ୍ତବ୍ୟ ଯୋଡ଼ି ହୋଇଥିବାବେଳେ ଅଧେଭାଗ ସିଜିରିଆନ୍ ଦ୍ୱାରା ସନ୍ତାନ ପ୍ରସବ ହୁଅନ୍ତି ।

ସେହିପରି ଅଙ୍କୋସର୍ଜରୀ ଡ଼ାକ୍ତର ଶୂନ୍ୟ । ରେଡ଼ିଓଲୋଜୀରେ ଡ଼ାକ୍ତର ଶୂନ୍ୟ ନେଫ୍ରୋଲୋଜି ଓ ୟୁରୋଲୋଜି ଡ଼ାକ୍ତର ଶୂନ୍ୟ। ଏପରି ଏକରୁ ଅନେକ କାହାଣୀ ସୂଚାଇ ଦେଉଛି ଯେ ଏଠାକାର ସ୍ୱାସ୍ଥ୍ୟସେବା ପିଜି ଛାତ୍ରଛାତ୍ରୀ ଓ ହାଉସ ସର୍ଜନ ରେସିଡ଼େଣ୍ଟ ଡ଼ାକ୍ତରଙ୍କ ଦ୍ୱାରା ଏକପ୍ରକାର ନିର୍ଭରଶୀଳ । ବ୍ରହ୍ମପୁର ମେଡ଼ିକାଲ୍ କଲେଜରୁ ଡ଼ାକ୍ତର ମାନଙ୍କୁ ବଦଳି ଓ ଡ଼େପୁଟେସନର ବିଚାର କରୁଥିବା ପ୍ରଶାସନିକ ବଡ଼ବଡ଼ ବାବୁ ଓ ଶାସକ ଦଳର ନେତାମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ଏବଂ ଡ଼ିଲ୍ କରାଯାଏ । ବଡ଼ ମେଡ଼ିକାଲ୍‌ରେ ଯୋଗଦେଇ ଏସ୍‌ସିବିରେ ଡ଼େପୁଟେସନ କଟକରେ ରହି ବ୍ରହ୍ମପୁରରେ ଡ଼େପୁଟେସନରେ ରହି କାମ କରି ଲକ୍ଷାଧିକ ଦରମା ସହ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଥିବା ଡ଼ାକ୍ତରଙ୍କୁ ନାଲି ଆଖି ଦେଖାଇବା ଲୋକ ଗୁଡ଼ିକ ହିଁ କିଛି ଟଙ୍କା ପକେଟ୍‌ରେ ପଡ଼ିଲେ ତୁନିପଡ଼ି କେବଳ ନୀରବଦ୍ରଷ୍ଟା ସାଜନ୍ତି ।

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜ ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ହଜାର ହଜାର ଦୈନିକ ରୋଗୀ ଛୁଟନ୍ତି । ଏଇ ଚିକିତ୍ସାଳୟର କୋଠାବାଡ଼ି ଦେଖିବାକୁ ଯେତିକି ସୁନ୍ଦର ସେଇ କୋଠାବାଡ଼ିର ଭିତରର କାହାଣୀ ସେତିକି ବୈଚିତ୍ର‌୍ୟମୟ । ନିକଟରେ ତା’ର ଲାଗି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀଙ୍କୁ ଚିକିତ୍ସା ମିଳିଲା ନାହିଁ। ଏଣୁ ଏସ୍‌ସିବିକୁ ବିଶ୍ୱାସ ନେଇ ରୋଗୀ ପଠାଇ ଦିଆଗଲା ।

ମୁନା ଭାଇ ଏମ୍‌ବିବିଏସ୍ ପରି ଯେଉଁମାନେ କମ୍ ଦିନରେ କିଛି ଜ୍ଞାନ ଆହରଣ କରି ପି.ଜି. କିମ୍ବା ରେସିଡ଼େଣ୍ଟ ଡ଼ାକ୍ତର ପରି କାମ କରୁଛନ୍ତି । ସେମାନଙ୍କ ମୁହଁରେ ଅତି ସାଂଘାତିକ ରୋଗୀର ସ୍ୱାସ୍ଥ୍ୟସେବା ଟେକି ଦିଆଯାଏ । ଏମିତିରେ ଉପଯୁକ୍ତ ଚିକିତ୍ସା ନ ପାଇ ରୋଗୀଙ୍କ ମୃତ୍ୟୁ ହେବା ସୁନିଶ୍ଚିତ । ଆର୍ଥିକ ସ୍ୱଚ୍ଛଳ ବର୍ଗ ଏଠାରୁ ରୋଗୀକୁ ଅନ୍ୟତ୍ର ନିଅନ୍ତି ଯା’ର ଟଙ୍କା ନାହିଁ ତା’ର ଜୀବନ ଦୁର୍ବିସହ । ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଚାରିପଟେ ନିଦାନ କେନ୍ଦ୍ର। ଭଲ ବ୍ୟବସାୟ କରୁଥିବା ଏଇ କେନ୍ଦ୍ରଗୁଡ଼ିକର କେବେ ଯାଞ୍ଚ ହୁଏନି । ଜିଲ୍ଲା ପ୍ରଶାସନ ମଝିରେ ମଝିରେ ଅଭିନୟ କରି କିଛି ନିଦାନ କେନ୍ଦ୍ରକୁ ବନ୍ଦ କରିଦିଏ । କିନ୍ତୁ ମାତ୍ର କିଛି ଘଣ୍ଟାପରେ ଏଇ କେନ୍ଦ୍ରଗୁଡ଼ିକରେ ଜୀବନ ପୁଣି ଫେରିଆସେ ।

ଗତକାଲି ରୋହିଣୀ, ବାଲାଜୀ ଓ ଇସରତ୍ ନର୍ସିଂ ହୋମ୍ ଉପରେ ଉପଜିଲ୍ଲାପାଳ ଚଢ଼ାଉ କରି ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହା ମଧ୍ୟ ଏକପ୍ରକାର ନାଟକୀୟ । ଗୋଟିଏ ଘରୋଇ ନର୍ସିଂ ହୋମ୍ ଗୁରୁଦେବ ହସ୍‌ପିଟାଲ୍‌ରେ ରୋଗୀ ମୃତ୍ୟୁ ପରେ ପ୍ରଶାସନ ଚେତିଛି । କିନ୍ତୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ସେବା କେବଳ ମୁନାଭାଇ ଏମ୍‌ବିବିଏସ୍‌ର ଚଳନ୍ତି ଚିତ୍ରର କାହାଣୀ ଦୋହରାଉଛି । ନେତାଙ୍କର ପୋଜ୍ ଦିଆ ଫଟୋ ସାଙ୍ଗକୁ ମେଡ଼ିକାଲ୍‌ରେ ଅବ୍ୟବସ୍ଥାର ଚିତ୍ର ଗଣମାଧ୍ୟମରେ ଫୁଟି ଉଠିଲେ କ’ଣ ରୋଗୀ ଅବସ୍ଥା ସୁଧୁରିଯିବ । ଅନ୍ତରହୀନ ଡ଼ାକ୍ତର ବେଖାତିର ସରକାରୀ ବ୍ୟବସ୍ଥାରେ ବଡ଼ ମେଡ଼ିକାଲ୍‌ରୁ ନେଇ ଘରୋଇ ନର୍ସିଂହୋମ୍ ନିଦାନକେନ୍ଦ୍ରର ସ୍ୱାସ୍ଥ୍ୟସେବା ଦୁର୍ବଳ ଚିତ୍ର ବାରି ହୋଇପଡ଼ୁଛି । ରୋଗୀଙ୍କ ଭାଗ୍ୟ କେବଳ ଈଶ୍ୱରଙ୍କ ହାତରେ ।

ଡାକ୍ତର ବଦଳିକୁ ନେଇ ସହରର ବୁଦ୍ଧିଜୀବୀମାନେ ତୀବ୍ର ବିରୋଧ କରିଛନ୍ତି । ସହରର ମୁଖ୍ୟ ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ ଏହାକୁ ନେଇ ଉଦ୍‌ବେଗ ଜଣାଇଛନ୍ତି ବୁଦ୍ଧିଜୀବୀମାନେ। ରାଜ୍ୟ ସରକାର ଏହି ବିରାଟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନକୁ ଠିକଣା ମର୍ଯ୍ୟାଦା ଦେବେ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.