ବିଦ୍ୟୁତ ଆଘାତରେ ସରକାରୀ କର୍ମଚାରୀ ମୃତ

Published: Feb 20, 2020, 12:24 pm IST

ସମୀକ୍ଷା ବ୍ୟୁରୋ

ସାଲେପୁର : ବିଦ୍ୟୁତ ଆଘାତରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ନେମାଳ ଥାନା ଲେଣ୍ଡୁରା ଭଗବାନପୁର ନିକଟରେ ଏହି ଅଘଟଣ ଘଟିଛି। ରାସ୍ତା ମାପିବା ବେଳେ ତାର ଲାଗି ଜଳସେଚନ କର୍ମଚାରୀଙ୍କ ମୃତ୍ୟୁ। ଫେବୃଆରୀ 9 ତାରିଖରେ ବ୍ରହ୍ମପୁରର ଗୋଳନ୍ଥରାରେ 11 କେଭି ତାର ଯୋଗୁଁ 11 ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାରଙ୍କ 11 କେଭି ବିଦ୍ୟୁତ ତାର  ତରଫରୁ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଓ.ଇ.ଆର.ସି. ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଚିକିତ୍ସା ପାଇଁ ମଧ୍ୟ ସହାୟତା ରାଶି ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି।

Related posts